

କନ୍ଧମାଳ , ୦୨ ଅକ୍ଟୋବର (ହି.ସ.) ଗାନ୍ଧୀ ଜୟନ୍ତୀ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଂଟ ର ଆୟୋଜନ କରାଯାଇଥିଲା।ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର୍ କୁମାର ନାୟକଙ୍କ ପରିଚାଳନା ରେ ଅୟୋଜିତ ଏହି ଟୁର୍ଣ୍ଣାମେଂଟ ରେ ଜିଲ୍ଲା ପ୍ରଶାସନ ଏକାଦଶ, ବିଚାର ବିଭାଗ ଏକାଦଶ, ଗଣମାଧ୍ୟମ ଏକାଦଶ ଏବଂ ଆଇନଜୀବୀ ଏକାଦଶ ଆଦି ୪ଟି ଦଳ ଭାଗ ନେଇଥିଲେ। ପ୍ରଥମେ ଆଇନଜୀବୀ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଖେଳ ହୋଇଥିଲା। ଏଥିରେ ଗଣମାଧ୍ୟମ ଏକାଦଶ ପରାଜିତ ହୋଇଥିଲେ। ପରେ ଆଉ ଏକ ମ୍ୟାଚ୍ ରେ ବିଚାର ବିଭାଗୀୟ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ଖେଳ ରେ ଜିଲ୍ଲା ପ୍ରଶାସନ ଏକାଦଶ ବିଜୟୀ ହୋଇଥିଲେ। ଫାଇନାଲ୍ ରେ ପ୍ରଶାସନ ଏକାଦଶ ଓ ଆଇନଜୀବୀ ଏକାଦଶ ମଧ୍ୟରେ ଖେଳ ହୋଇଥିଲା। ଏଥିରେ ଜିଲ୍ଲା ପ୍ରଶାସନ ଏକାଦଶ ବିଜୟ ଲାଭ କରି ଚମ୍ପିଆନ୍ ହୋଇଥିଲା ଓ ଆଇନଜୀବୀ ଏକାଦଶ ରନରସଅପ୍ ହୋଇଥିଲା। ଏହି ସମ୍ପୁର୍ଣ୍ଣ ଖେଳରେ, ଜିଲ୍ଲାପାଳଙ୍କ କମେଂଟ୍ରି ଉପସ୍ଥିତ ସମସ୍ତଙ୍କୁ ବାନ୍ଧି ରଖିଥିଲା ଓ ଖେଳାଳି ମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲା। ଜିଲ୍ଲା ପ୍ରଶାସନ ଏକାଦଶର ଅଧିନାୟକ ଭାବେ ଫୁଲବାଣୀ ଉପଜିଲ୍ଲାପାଳ ଭିକାରି ଚରଣ ସାହୁ ଖେଳ ପ୍ରଚାଳନ କରିଥିଲେ। ଏହି ଅବସରରେ କନ୍ଧମାଳ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଖେଳରେ ଭାଗ ନେଇଥିଲେ।
ଖେଳ ଶେଷରେ ଜିଲ୍ଲା ଦୌରାଜଜ୍ରା ରାମଶଙ୍କର ହୋତା ବିଜେତା ଓ ରନର୍ସଅପ୍ ଟିମ୍ କୁ ପୁରସ୍କାର ପ୍ରଦାନ କରିଥିଲେ। ଆଜିର ସମ୍ପୁର୍ଣ୍ଣ ଖେଳରେ ସେ ଉପସ୍ଥିତ ରହି ଉପଭୋଗ କରିବାସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
----------------
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ