ରସାବଳୀକୁ ଜି.ଆଇ ମାନ୍ୟତା ପ୍ରାପ୍ତିର ୩ବର୍ଷ ପୁର୍ତି ଉପଲକ୍ଷେ ସ୍ମରଣିକା ଉନ୍ମୋଚନ
କେନ୍ଦ୍ରାପଡ଼ା, 02 ଅକ୍ଟୋବର (ହି.ସ.) - ତୁଳସୀକ୍ଷେତ୍ରର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ତଥା କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳୀକୁ ଭୈାଗୋଳିକ ମାନ୍ୟତା ପ୍ରାପ୍ତି (ଜିଆଇ ଟ୍ୟାଗ)ର ୩ବର୍ଷ ପୁର୍ତି ଉପଲକ୍ଷେ ବନ୍ଧୁ ମିଳନ ଓ ସ୍ମରଣିକା ଉନ୍ମୋଚନ କାର୍ଯ୍ୟକ୍ରମ ଗୋପଛକ ସ୍ଥ
ରସାବଳୀକୁ ଜି.ଆଇ ମାନ୍ୟତା ପ୍ରାପ୍ତିର ୩ବର୍ଷ ପୁର୍ତି ଉପଲକ୍ଷେ ସ୍ମରଣିକା ଉନ୍ମୋଚନ


କେନ୍ଦ୍ରାପଡ଼ା, 02 ଅକ୍ଟୋବର (ହି.ସ.) - ତୁଳସୀକ୍ଷେତ୍ରର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ତଥା କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳୀକୁ ଭୈାଗୋଳିକ ମାନ୍ୟତା ପ୍ରାପ୍ତି (ଜିଆଇ ଟ୍ୟାଗ)ର ୩ବର୍ଷ ପୁର୍ତି ଉପଲକ୍ଷେ ବନ୍ଧୁ ମିଳନ ଓ ସ୍ମରଣିକା ଉନ୍ମୋଚନ କାର୍ଯ୍ୟକ୍ରମ ଗୋପଛକ ସ୍ଥିତ କମଳ ଭବନ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ରସାବଳୀ ମିଷ୍ଠାନ ନିର୍ମାତା ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଆଇଏଏସ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂଘର ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ଭୁବନ ମୋହନ ଜେନା, ସଂଘର ସଂଯୋଜକ ସରୋଜ କୁମାର ମହାନ୍ତି, ସଂଘର ସଂପାଦକ ଆଡଭୋକେଟ ବଳରାମ ସାହୁ, ସହ ସଂପାଦକ କରୁଣାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ‘ଇଷ୍ଟ ପ୍ରିୟ ନୈବେଦ୍ୟ ରସାବଳୀ’ ନାମକ ସ୍ମରଣିକା ଅତିଥି ଭାବେ ଉନ୍ମୋଚନ କରିଥିଲେ । ଜିଆଇ ଟ୍ୟାଗ ପାଇବା ପାଇଁ କରା ଯାଇଥିବା ବିଭିନ୍ନ ପ୍ରକାର ଉଦ୍ୟମ, ଐତିହାସିକ ଦସ୍ତାବିଜ, ପୈାରାଣିକ କାବ୍ୟ-କବିତା, ଓ ବୈଷୟିକ ଟିମ୍ ଦ୍ୱାରା ରସାବଳୀର ବିଭିନ୍ନ ପ୍ରକାର ପରୀକ୍ଷଣ ଓ ତଥ୍ୟ ସମ୍ବନ୍ଧରେ ସଂଯୋଜକ ସରୋଜ ମହାନ୍ତି ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନ କରିଥିଲେ । ସଂଘର ୰ସଭାପତି ସୈାରୀ ଚନ୍ଦ୍ର ସାହୁ ଓ ଉପ ସଭାପତି ୰ ବୈଷ୍ଣବ ଚରଣ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ପଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସେମାନଙ୍କ ଦାୟାଦ ଦିପକ କୁମାର ସାହୁ ଓ ମହେଶ୍ୱର ପଣ୍ଡାଙ୍କୁ ସ୍ୱର୍ନ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜିବୀ, ଶିକ୍ଷାବିତ୍, ଗଣ ମାଧ୍ୟମ ପ୍ରତିନିଧି, କବି, ପ୍ରାବନ୍ଧିକ ଓ ଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ । ସଂପାଦକ ବଳରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande