
ଝାରସୁଗୁଡ଼ା, ୦୨ ଅକ୍ଟୋବର (ହି.ସ.) - ପୌରପାଳିକା ଏବଂ ବେଲପାହଡ଼ ପୌରପାଳିକା ପକ୍ଷରୁ ସ୍ଥାନୀୟ ଛକ ଏବଂ ଅଂଚଳରେ ମହାତ୍ମା ଗାନ୍ଧୀ ତଥା ବିଭିନ୍ନ ବରପୁତ୍ରଙ୍କୁ ମାଲ୍ୟାର୍ପଣ କରାଯାଇଛି। ଉଭୟ ପୌର ନିର୍ବାହୀ ଅଧିକାରୀଙ୍କ ସୂଚନା ଅନୁସାରେ ଆଜି ସକାଳେ ପୌରପାଳିକା ପକ୍ଷରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତି ସଫା ସୁତୁରା କରିବା ସହିତ ବିଭିନ୍ନ ବରପୁତ୍ର ମାନଙ୍କୁ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା। ବ୍ରଜରାଜନଗର ନିର୍ବାହୀ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଅବସରରେ ବ୍ରଜରାଜନଗର ଗାନ୍ଧୀ ଛକ, ଲମତିବାହାଲ ଏବଂ ଇକୋ ପାର୍କ ସମ୍ମୁଖରେ ଥିବା ପ୍ରତିମୂର୍ତିରେ ପୌରପାଳିକା ପକ୍ଷରୁ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ