ବିଜେଡି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
Gandhi and Sastri jayanti observed
ବିଜେଡି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ,


ଝାରସୁଗୁଡ଼ା, ୨ ଅକ୍ଟୋବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ବିଶେଷ ଅବସରରେ ଦଳୀୟ ନେତା ଓ କର୍ମୀମାନେ ପୁରୁଣା ବସ୍ଷ୍ଟାଣ୍ଡସ୍ଥିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏବଂ ବେହେରାମାଲ ଛକସ୍ଥିତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ରାଜ୍ୟ ବିଜେଡି ସାଧାରଣ ସମ୍ପାଦିକା ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦୀପାଳୀ ଦାସ କହିଥିଲେ ଯେ, ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ସତ୍ୟ, ଅହିଂସା, ତ୍ୟାଗ ଓ ଦେଶପ୍ରେମର ଆଦର୍ଶ ଆମ ସମସ୍ତଙ୍କ ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ପୌରାଧ୍ୟକ୍ଷା ରାନୀ ହାତୀ, ଜିଲ୍ଲା ସାଧାରଣ ସମ୍ପାଦକ ରଘୁନନ୍ଦନ ପାଢ଼ୀ, ଜିଲ୍ଲା ଯୁବ ବିଜେଡି ସଭାପତି ରୁବିନ ପାଣ୍ଡେ, ଛାତ୍ର ବିଜେଡି ସଭାପତି ଶିବାଶିଷ ପଟ୍ଟନାୟକଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande