

ବଲାଙ୍ଗିର, 02 ଅକ୍ଟୋବର (ହି.ସ.)ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ “ଗାନ୍ଧିଜୀ ଓ ଶାସ୍ତ୍ରୀଜୀ” ଜୟନ୍ତୀ ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗୀର ମହିଳା ମହା ବିଦ୍ୟାଳୟର ଇତିହାସ ଅଧ୍ୟାପକ ଡ.ସିଦ୍ଧେଶ୍ବର ପ୍ରଧାନ ଯୋଗ ଦେଇଥିଲେ । ସମବେତ ସଙ୍ଗୀତ ଗାନ କରାଯାଇଥିଲା । ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ ବିଦ୍ୟାଳୟର ସହ ପ୍ରଧାନାଚାର୍ଯ୍ୟ ତ୍ରିନାଥ କୁଅଁର କରିଥିବା ଵେଳେ ସଂଯୋଜନା ଛାତ୍ର ପ୍ରତ୍ୟୁଷ ତ୍ରିପାଠୀ ଓ ସ୍ବିକୃତୀ ପ୍ରଧାନ କରିଥିଲେ । ମୁଖ୍ୟ ଅତିଥିଙ୍କୁ ସହ ପ୍ରଧାନାଚାର୍ଯ୍ୟ ସମର୍ଦ୍ଧନା ଦେଇ ଥିଲେ । ଶିଶୁବକ୍ତା ରୂପେ ଝାନସୀ ପ୍ରିୟ ଦର୍ଶନୀ ଦେହେରି, ଅପର୍ଣ୍ଣା କର୍ମୀ, ସିଦ୍ଧି ସମ୍ପର୍ଣ୍ଣା ଭୋଇ, ଆରାଧ୍ୟା ରାଣୀ ଭୋଇ, ଜିଜ୍ଞାସା ବାଗ୍, ଅରୁଣିମା ଗୁରୁ, ସାଇସ୍ମୃତି ମହାପାତ୍ର, ଅମିଷା ସାହୁ, ଈତିଶ୍ରୀ ଭୋଇ,ସିଧୀକ୍ଷା ପାଢୀ,ପୂର୍ବି ଭୋଇ ଉଭୟ ମହାପୁରୁଷଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ । ଏହାପରେ ଗୁରୁମା ମାନିନୀ ଦୀପ ଓ ଗୁରୁଜୀ ହରେରାମ ପଣ୍ଡା ଯଥାକ୍ରମେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନି ଓ ଗୈ।ରବ ଗାଥା ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଲେ ଯେ ଶିକ୍ଷା ଅର୍ଜନକୁ କେବଳ ଶିକ୍ଷା ରୂପେ ଗ୍ରହଣ ନ କରି ପାଳନ କରିବା ଉଚିତ୍ । ସଭାପତି ମହୋଦୟ ନିଜର ଅଭିଭାଷଣ ଦେଇଥିଲେ । ଏହାପରେ ସମସ୍ତେ “ରାମଧୁନ” ସାମୁହିକ ଭାବରେ ଗାନ କରିଥିଲେ । ମଞ୍ଚାସୀନ ଅନ୍ୟତମ ଅତିଥି ରୂପେ ସଂପାଦକ ତରଣୀସେନ ପଟେଲ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ଅର୍ପଣ ସଂପାଦକ ମହୋଦୟ ଦେଇ ଥିଲେ । ଏହିପରି ଗୁରୁମା ସଂଧ୍ୟାରାଣୀ ପଟ୍ଟନାୟକ ଓ ଦିଵ୍ୟଶ୍ରୀ କରଙ୍କ ସଂଚାଳନରେ କାର୍ଯ୍ୟକ୍ରମ ସଫଳତା ସହ ସମ୍ପୁର୍ଣ୍ଣ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ