ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ ଅନୁଷ୍ଠିତ
ବଲାଙ୍ଗିର, 02 ଅକ୍ଟୋବର (ହି.ସ.)ଓଡ଼ିଆ ସାହିତ୍ୟ ସେବା ଓ ସୁରକ୍ଷା ଅନୁଷ୍ଠାନ ଆନୁକୁଲ୍ୟ ରେ ସଭାପତି ଶ୍ରୀମତୀ ରଶ୍ମି ପାତ୍ର ଙ୍କ ସଭାପତିତ୍ୱ ରେ ଆଭାସୀ ମାଧ୍ୟମ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ସଦଭାବନା ବୈଠକ ତଥା ସମାଜ ତଥା ଦେଶର ମଙ୍ଗଳ ଆଲୋଚନା ଚକ୍ର ଏବଂ ଦେଶଭକ୍ତି କବିତା ଆସର ଅନୁଷ୍ଠିତ ହୋ
ଆଭାସୀ ମାଧ୍ୟମ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ସଦଭାବନା ବୈଠକ ତ


ଆଭାସୀ ମାଧ୍ୟମ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ସଦଭାବନା ବୈଠକ ତ


ବଲାଙ୍ଗିର, 02 ଅକ୍ଟୋବର (ହି.ସ.)ଓଡ଼ିଆ ସାହିତ୍ୟ ସେବା ଓ ସୁରକ୍ଷା ଅନୁଷ୍ଠାନ ଆନୁକୁଲ୍ୟ ରେ ସଭାପତି ଶ୍ରୀମତୀ ରଶ୍ମି ପାତ୍ର ଙ୍କ ସଭାପତିତ୍ୱ ରେ ଆଭାସୀ ମାଧ୍ୟମ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ସଦଭାବନା ବୈଠକ ତଥା ସମାଜ ତଥା ଦେଶର ମଙ୍ଗଳ ଆଲୋଚନା ଚକ୍ର ଏବଂ ଦେଶଭକ୍ତି କବିତା ଆସର ଅନୁଷ୍ଠିତ ହୋଇ ଥିଲା । ଏଥିରେ ବହୁ ବିଶିଷ୍ଟ କବି, କବୟତ୍ରୀ ତଥା ସମାଜସେବୀ ଯୋଗଦାନ ଦେଇ ନିଜସ୍ୱ ମତ ରଖିଥିଲେ । ଏଥିରେ ଶ୍ରୀମତୀ ରଶ୍ମି ପାତ୍ର ମଞ୍ଚ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ ପୂର୍ବକ ନିଜର ଅଭିଭାଷଣ ରଖି ଥିଲୋ |

ମୁଖ୍ୟ ଅତିଥି ଭାବେ ବରଗଡ ମାଟିର ପ୍ରକୃତି ବନ୍ଧୁ ଡୋଳାମଣି ଶତପଥି ଯୋଗଦାନ ଦେଇ ଗାନ୍ଧୀଜୀ ଙ୍କ ନୀତୀ ଆଦର୍ଶ କିପରି ଆମ ଜୀବନ ଜୀବିକା ପାଇଁ ମହତ୍ୱ ପୂର୍ଣ୍ଣ ଅତି ସୁନ୍ଦର ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ଡ. ଭାବନୀ ଶଙ୍କର ପଟେଲ ଯୋଗଦାନ କରି ଆଧୁନିକ ସମାଜ ରେ ଘଟୁଥିବା ଘଟଣା ଗାନ୍ଧୀ ଙ୍କ ନୀତି ଆଦର୍ଶ ମଧ୍ୟରେ କିପରି ସାମଞ୍ଜସ୍ୟ ଦେଖା ଯାଉଛି , ଜାତି ତଥା ସମାଜ ର କିପରି ମଙ୍ଗଳ ହେବଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ ।

ଅତିଥି ବକ୍ତା ଭାବରେ ଅଧ୍ୟାପକ କବି ସନ୍ଦିପ କୁଅଁର ମାନବ ସମାଜ ରେ ସାହିତ୍ୟ ର ଆବଶ୍ୟକତା କଣ ଏବଂ ଗାନ୍ଧୀଜୀଙ୍କ ନୀତୀ ଆଦର୍ଶ ମାନବ ସମାଜ ପାଇଁ କଣ ଦାୟୀତ୍ଵ ଏବଂ କର୍ତ୍ତବ୍ୟ ରହିଛି ଅତି ସୁନ୍ଦର ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ଜଣେ ଅତିଥି ବକ୍ତା ଡ଼. ଅନୀତା ପାତ୍ର ଭଞ୍ଜନଗର ମାଟିର ପରିବେଶ ସୁରକ୍ଷା ତଥା ଆଧୁନିକ ଉପାଦେୟତା ରେ ବୃକ୍ଷ ରୋପଣ କିପରି କରିବା ଏବଂ ଗାନ୍ଧିଜୀ ଙ୍କ ଆଦର୍ଶ ବିଷୟ ରେ ସୁନ୍ଦର ଭାବରେ ପରସି ଦେଇଥିଲେ । ଅନୁଷ୍ଠାନ ର ସମ୍ପାଦକ ଦିଲିପ ପୁରୋହିତ ମଧ୍ୟ ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀ ଙ୍କ ମହତ ଦାନ କିପରି ସମାଜ ପାଇଁ ଆବଶ୍ୟକତା ରହିଛି ସୁନ୍ଦର ଭାବରେ ବର୍ଣ୍ଣନା କରି ନିଜସ୍ଵ ବକ୍ତବ୍ୟ ରଖିଥିଲେ । ଏବଂ ପରି ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ।

ସମସ୍ତ ଅତିଥି ବୃନ୍ଦ ଦେଶଭକ୍ତି କବିତା ପଠନ କରିଥିଲେ।

ଶ୍ରୀମତୀ ମମତା ପାତ୍ର ସୁମଧୁର କଣ୍ଠରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏବଂ କବିତା ପଠନ ମଧ୍ୟ କରିଥିଲେ । ବରିଷ୍ଠ କବୟିତ୍ରୀ ନିରୁପମା ମିଶ୍ର କବିତା ଠନ କରିଥିଲେ ।ସସ୍ମିତା ସାହୁ କବିତା ଗୁଡିକୁ ଅତି ସୁନ୍ଦର ଭାବରେ ସଂଯୋଜନା କରିବା ସହ କବିତା ପଠନ କରିଥିଲେ । ଏହି ଆଲୋଚନା ରେ ବିଶିଷ୍ଟ ସମାଜ ସେବୀ ସାହିତ୍ୟିକା ଲୁଲୁ ରବିନଚନ୍ଦ୍ର ଦାସ, ଅକ୍ଷୟ ସରାଫ ଏବଂ ମନୋଜ ପାତ୍ର, ନିରୁପମା ଶତପଥି ପ୍ରଭୃତି ଆଲୋଚନା ରେ ଭାଗ ନେଇ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande