ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ନିଆରା ପ୍ରୟାସ
ଖୋର୍ଦ୍ଧା, 02 ଅକ୍ଟୋବର (ହି.ସ.) ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ପ୍ରୟାସ(ଅନୁଷ୍ଠାନ)ର ପ୍ରତିନିଧି ସହିତ ଗଙ୍ଗ ନଗର ୟୁଥ୍ କ୍ଳବ୍ ର କର୍ମକର୍ତ୍ତାମାନେ ଇଉନିଟ୍-୬ ଗଙ୍ଗନଗର, ଭୁବନେଶ୍ଵରରେ ଥିବା ସହରାଞ୍ଚଳ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଗ
Gandhi jayanti


ଖୋର୍ଦ୍ଧା, 02 ଅକ୍ଟୋବର (ହି.ସ.)

ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ପ୍ରୟାସ(ଅନୁଷ୍ଠାନ)ର ପ୍ରତିନିଧି ସହିତ ଗଙ୍ଗ ନଗର ୟୁଥ୍ କ୍ଳବ୍ ର କର୍ମକର୍ତ୍ତାମାନେ ଇଉନିଟ୍-୬ ଗଙ୍ଗନଗର, ଭୁବନେଶ୍ଵରରେ ଥିବା ସହରାଞ୍ଚଳ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଗହଣରେ ରାମ ଧୂନ୍ ଗାନ କରିବା ସହିତ ଶାସ୍ତ୍ରୀଙ୍କ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏପରିକି ପ୍ରୟାସର କର୍ମକର୍ତ୍ତା ନିଜେ ପ୍ରସ୍ତୁତ କରି ଭୁରି ଭୋଜନ ଅନ୍ତେବାସୀଙ୍କୁ ପ୍ରଦାନ କରିଥିଲେ।ପ୍ରୟାସର ସଭାପତି ଚିରଞ୍ଜିବୀ ରେଡି ଓ ବିବେକାନନ୍ଦ ସ୍ଵାଇଁ ଖାଦ୍ୟ ପ୍ରସ୍ତୁତରେ ସହଯୋଗ କରିଥିବା ବେଳେ ଅନ୍ୟ କର୍ମକର୍ତ୍ତାମାନେ ଏହି କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ।ଶେଷରେ ସମାଜ ସେବକ ନୀଳମଣି ମିଶ୍ର ଆଜିର ଦିନରେ ଏହିପରି ମହତ କାର୍ଯ୍ୟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande