ଗାନ୍ଧୀ ଜୟନ୍ତୀ ଅବସରରେ ସାଙ୍ଗରିଆ ବନ୍ଧ ଗୋପାଳଜୀ ମନ୍ଦିର ନିକଟରେ ମେଗା ପୋଖରୀ ସଫେଇ ଅଭିଯାନ
ଗାନ୍ଧୀ ଜୟନ୍ତୀ ଅବସରରେ ସାଙ୍ଗ୍ରିଆ ବନ୍ଧ ଗୋପାଳଜୀ ମନ୍ଦିର ନିକଟରେ ମେଗା ପୋଖରୀ ସଫେଇ ଅଭିଯାନ
ଗାନ୍ଧୀ ଜୟନ୍ତୀ ଅବସରରେ ସାଙ୍ଗ୍ରିଆ ବନ୍ଧ ଗୋପାଳଜୀ ମନ୍ଦିର ନିକଟରେ ମେଗା ପୋଖରୀ ସଫେଇ ଅଭିଯାନ


ସମ୍ବଲପୁର, ୦୨, ଅକ୍ଟୋବର (ହି.ସ.) ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଓ ସୁସ୍ଥ ଭାରତର ବାର୍ତାକୁ ନେଇ ମେରା ଯୁବା ଭାରତ, ସମ୍ବଲପୁର ପକ୍ଷରୁ ଧନୁପାଲି ଅଂଚଳର ସାଙ୍ଗରିଆ ବନ୍ଧ ଗୋପାଳଜୀ ମନ୍ଦିର ନିକଟରେ ମେଗା ପୋଖରୀ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ଏହି ସଫେଇ ଅଭିଯାନରେ ନ୍ୟାସନାଲ ୟୁଥ୍ ଭଲଂଟିୟର ମସୁଦ ଆଲମ କାର୍ଯ୍ୟକ୍ରମର ସମନ୍ୱୟ କରିଥିବାବେଳେ ମାଇ ଭାରତ ଭଲାଣ୍ଟିୟରମାନେ ଓ ସ୍ଥାନୀୟ ସମୁଦାୟର ବହୁ ସଦସ୍ୟ ସକ୍ରିୟ ଭାବେ ଯୋଗ ଦେଇଥିଲେ। ସମସ୍ତେ ମିଶି ପୋଖରୀ ଓ ଏହାର ଆଖପାଖ ଅଂଚଳରୁ ପ୍ଲାଷ୍ଟିକ୍, ଆବର୍ଜନା ଓ ବିଭିନ୍ନ ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲେ। ଅଭିଯାନରେ ଏସ୍ଏମସି ସାନିଟାଇଜେସନ ନୀରିକ୍ଷକ ସୁଭ୍ରଜିତ, ବିମଳିନୀ ପତି, ନମିତା ମୁଣ୍ଡା, ସାମାଜିକ କର୍ମୀ ଦେବାନନ୍ଦ ବେହେରା, ଶଶିକାନ୍ତ ପାଣିଗ୍ରାହୀ ଓ ରଶ୍ମି ରଞ୍ଜନ ପାଣିଗ୍ରାହୀଙ୍କ ସମେତ ମାଇ ଭାରତ ଭଲାଣ୍ଟିୟର ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ। ସଫେଇ ସମୟରେ ସଂଗୃହୀତ ଆବର୍ଜନାକୁ ଏସ୍ଏମସି ଯାନ ଯୋଗେ ସଂଗ୍ରହ କରି ଏମ୍ଆରଏଫ୍ କେନ୍ଦ୍ରକୁ ପଠାଯାଇଥିଲା, ଯାହା ଫଳରେ ଆବର୍ଜନାର ସଠିକ୍ ପରିଚାଳନା ଓ ପୁନଃବ୍ୟବହାର ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ସମସ୍ତ ଭଲାଣ୍ଟିୟର ଓ ସ୍ଥାନୀୟ ଲୋକେ ସ୍ୱଚ୍ଛତା ଶପଥ ଗ୍ରହଣ କରିଥିଲେ। ସେମାନେ ନିଜ ଘର, ଅଂଚଳ, ଜଳାଶୟ ଓ ସାର୍ବଜନୀନ ସ୍ଥାନକୁ ସଫା ରଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା ପାଇଁ ପ୍ରେରିତ କରିବାକୁ ସଂକଳ୍ପ ନେଇଥିଲେ। “ସ୍ୱଚ୍ଛତା କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ଏହା ଆମ ସମସ୍ତଙ୍କ ଦୈନନ୍ଦିନ ଦାୟିତ୍ୱ” — ଏହି ବାର୍ତା ସହ ଯୁବ ସମାଜ ଓ ସ୍ଥାନୀୟ ଲୋକଙ୍କୁ ପରିବେଶ ସୁରକ୍ଷା ଏବଂ ଜଳାଶୟ ସ୍ୱଚ୍ଛ ରଖିବା ପାଇଁ ଆହ୍ୱାନ କରାଯାଇଥିଲା। ଗାନ୍ଧୀଜୀଙ୍କ “ସ୍ୱଚ୍ଛତା ହେଉଛି ସେବା” ଭାବନାକୁ ଆଧାର କରି ଯୁବପିଢ଼ି ସମାଜସେବା ଓ ପରିବେଶ ସୁରକ୍ଷାରେ ଆଗେଇ ଆସିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

--------------

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande