ଗାନ୍ଧୀ ପଦଯାତ୍ରା ସ୍ମୃତି କମିଟି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ
କେନ୍ଦ୍ରାପଡ଼ା, 02 ଅକ୍ଟୋବର (ହି.ସ.) - ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୮ତମ ଜୟନ୍ତୀ ଅବସରରେ ଆଜି ଐତିହ ସମ୍ପନ୍ନ ଗାନ୍ଧୀ ପଦଯାତ୍ରା ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ କେନ୍ଦ୍ରାପଡା ତିନିମୁହାଣୀ ସ୍ଥିତ ସ୍ମୃତି ସ୍ମାରକୀ ନିକଟରେ ଜନ୍ମ ଜୟନ୍ତୀ ପାଳନ କରାଯାଇଛି।ପ୍ରଥମେ ଜାତିର ପିତା ମହାତ୍ମା
ଗାନ୍ଧୀ ପଦଯାତ୍ରା ସ୍ମୃତି କମିଟି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ


କେନ୍ଦ୍ରାପଡ଼ା, 02 ଅକ୍ଟୋବର (ହି.ସ.) - ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୮ତମ ଜୟନ୍ତୀ ଅବସରରେ ଆଜି ଐତିହ ସମ୍ପନ୍ନ ଗାନ୍ଧୀ ପଦଯାତ୍ରା ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ କେନ୍ଦ୍ରାପଡା ତିନିମୁହାଣୀ ସ୍ଥିତ ସ୍ମୃତି ସ୍ମାରକୀ ନିକଟରେ ଜନ୍ମ ଜୟନ୍ତୀ ପାଳନ କରାଯାଇଛି।ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ପୁର୍ଣ ଅବୟବରେ ପୁଷ୍ପମାଲ୍ୟ ଅର୍ପଣ ପରେ ସ୍ମୃତିଚାରଣ କରାଯାଇଥିଲା।ଏହି କାର୍ୟ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟର, ସ୍ମୃତି କମିଟିର ଉପଦେଷ୍ଟା ମଣ୍ଡଳୀ ସଦସ୍ୟବୃନ୍ଦ ପୂର୍ବତନ ନଗରପାଳ ଧୀରେନ ସାହୁ, ବରିଷ୍ଠ ବାମପନ୍ଥୀ ନେତା ଗୟାଧର ଧଳ, ପୂର୍ବତନ କାଉନସିଲର ମୁକ୍ତାର ଖାଁ, ନାରୀନେତ୍ରୀ ମମତା ଥାପ୍ପା,ଜୟନ୍ତୀ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande