
ବଲାଙ୍ଗିର, ୦୨ ଅକ୍ଟୋବର (ହି.ସ.) ସ୍ଥାନୀୟ ବଲାଙ୍ଗିର ସହର ମାଲପଡା ସ୍ଥିତ ମଂଟେସୋରୀ ପବ୍ଲିକ ସ୍କୁଲ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍କୁଲ ପ୍ରତିଷ୍ଠାତା ତଥା ମେନେଜିଙ୍ଗ ଡାଇରେକ୍ଟର ରବିଚନ୍ଦ୍ର ଉଦ୍ଗାତା, ଚେୟାରମ୍ୟାନ ବିରେନ୍ଦ୍ର ନାରାୟଣ ଉଦ୍ଗାତା, ଏକାଡେମିକ ପ୍ରିନ୍ସିପାଲ ଡ. ରବିଚନ୍ଦର ପଶାୟତ ପ୍ରମୁଖ ଗାନ୍ଧୀ ଓ ଶାସ୍ତ୍ରୀ ଜୀ ଙ୍କ ଫଟୋଚିତ୍ର ରେ ଫଲ ଚନ୍ଦନ ସମର୍ପଣ କରି ପୂଜାର୍ଚ୍ଚନା କରିଥିଲେ । ଗାନ୍ଧୀ ଦର୍ଶନ ଭାରତ ବର୍ଷ କାହିଁକି ବିଶ୍ୱବ୍ୟାପୀ ସ୍ୱୀକୃତି ହୋଇଛି ଏବଂ ଭାରତ ବର୍ଷକୁ ବିକାଶୋନ୍ମୁଖୀ ଦେଶ ଭାବରେ ଗଢି ତୋଳିବାରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ସ୍ୱପ୍ନ ଏବଂ ପ୍ରୟାସ ଅତୁଳନୀୟ ବୋଲି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ବୃନ୍ଦ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ସହରରେ ଆୟୋଜିତ ହୋଇଥିବା ସ୍ୱଚ୍ଛତା ରେଲି ରେ ଶତାଧିକ ଛାତ୍ରୀ, ଶିକ୍ଷକ, ଶିକ୍ଷିକା, ଅଭିଭାବକ ବୃନ୍ଦ ଯୋଗଦାନ କରିଥିଲେ । ଛାତ୍ର ଛାତ୍ରୀମାନେ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଙ୍କ ଆକର୍ଷଣୀୟ ବେଶ୍ ପୋଷାକରେ ସୁସଜ୍ଜିତ ହୋଇ ପଦଯାତ୍ରାରେ ଝଲସି ଉଠୁଥିଲେ । ସ୍ୱଚ୍ଛତା ସମ୍ପର୍କିତ ପ୍ଲା କାର୍ଡ ପ୍ରଦର୍ଶନ ଓ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ରାଲି ରେ ସାମ୍ବାଦିକ ଆକୁଳ ବେହେରା, ସମାଜସେବୀ ଅନୟା ଦାଶ, ରାମ ଦାଶ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଆଶିକ ଯୋଷୀ, ରୋହିତ ବକୁଳ, ଆରତି ପ୍ରିୟଦର୍ଶନୀ, ନମିତା ସାଗର, ଆଶାରାଣୀ ବିଶ୍ୱାଳ, ମୋନାଲିସା ସାହୁ, ସ୍ନିଗ୍ଧା ବାରିକ, ପ୍ରୀତି ପୂର୍ଣ୍ଣା ମିଶ୍ର, ଆର ସୁଲତାନା, ହାଡୁ କୁମ୍ଭାର ପ୍ରମୁଖ ସଂଯୋଜନା କରିଥିଲେ । ଶେଷରେ ଅନୁପମା ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ