ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ଜୀବନ ଓ ଆଦର୍ଶ ଆମ ସମସ୍ତଙ୍କୁ ରାଷ୍ଟ୍ରସେବା ପାଇଁ ପ୍ରେରଣା ଯୋଗାଉଛି: ମନମୋହନ ସାମଲ
ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ) - ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ମାନବୀୟ ମୂଲ୍ୟବୋଧର ମହାନ ପ୍ରବକ୍ତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଆମ ସମସ୍ତଙ୍କୁ ସଦା ପ୍ରେରଣା ଯୋଗାଇ ଆସୁଛି । ତାଙ୍କର ସରଳ ଜୀବନ, ଉଚ୍ଚ ଚିନ୍ତାଧାରା ଓ ରାଷ୍ଟ୍ର ପ୍ରତି ନିଷ୍ଠା ଆମ ସମସ୍ତଙ୍କୁ ସମାଜ ଓ ଦେଶର ହିତ ପାଇଁ ନିରନ୍ତର
bjp


ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ) - ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ମାନବୀୟ ମୂଲ୍ୟବୋଧର ମହାନ ପ୍ରବକ୍ତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଆମ ସମସ୍ତଙ୍କୁ ସଦା ପ୍ରେରଣା ଯୋଗାଇ ଆସୁଛି । ତାଙ୍କର ସରଳ ଜୀବନ, ଉଚ୍ଚ ଚିନ୍ତାଧାରା ଓ ରାଷ୍ଟ୍ର ପ୍ରତି ନିଷ୍ଠା ଆମ ସମସ୍ତଙ୍କୁ ସମାଜ ଓ ଦେଶର ହିତ ପାଇଁ ନିରନ୍ତର କରିବାର ପଥ ଦେଖାଇ ଆସୁଛି । ଗାନ୍ଧିଜୀଙ୍କ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରି ଏକ ସ୍ୱଚ୍ଛ, ସୁସ୍ଥ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନରେ ନିଜର ଯୋଗଦାନ ଦେବାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ସେହିପରି ସରଳତା, ସଚ୍ଚୋଟତା, ନିଷ୍ଠା ଓ ଦୃଢ ସଂକଳ୍ପର ପ୍ରତୀକ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ରାଷ୍ଟ୍ରନାୟକ ଶ୍ରୀ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ଜୀବନ ଓ ଆଦର୍ଶ ଆଜି ମଧ୍ୟ ଆମ ସମସ୍ତଙ୍କୁ ରାଷ୍ଟ୍ରସେବା ପାଇଁ ପ୍ରେରଣା ଯୋଗାଇ ଆସୁଛି । ଦେଶର ସୁରକ୍ଷା ପାଇଁ ଯବାନ ଓ ଦେଶର ଅନ୍ନଦାତା କୃଷକଙ୍କ ଅବଦାନକୁ ସମ୍ମାନ ଦେଇ ସେ ଦେଇଥିବା ‘ଜୟ ଜବାନ, ଜୟ କିଷାନ’ର ମହାମନ୍ତ୍ର ସବୁ ଦିନ ପାଇଁ ଆମକୁ ଦେଶ ପ୍ରତି ଆମର କର୍ତବ୍ୟକୁ ମନେ ପକାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ଶାସ୍ତ୍ରୀ ଜୟନ୍ତୀ ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ଶାସ୍ତ୍ରୀନଗରଠାରେ ଥିବା ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande