କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ) -ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତୀର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋ
cong


ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ) -ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତୀର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ ପିସିସି ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତୃମଣ୍ଡଳୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନାଲକୋ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ସନ୍ତୋଷ ସିଂ ସାଲୁଜା, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ନଗେନ୍ଦ୍ର ପ୍ରଧାନ, ସୁରେଶ କୁମାର ରାଉତରାୟ, ସମୀର କୁମାର ରାଉତରାୟ, ଶିବାନନ୍ଦ ରାୟ, ଜିଆଉଲ ହକ,ଦେବାଶିଷ ମିଶ୍ର, ସିଲି ସେଠୀ, ମାଳତୀ ନାୟକ ପ୍ରମୁଖ ବହୁ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande