ଦୁଷ୍କର୍ମ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ନୟାପଲ୍ଲୀ ଥାନା ଅଧିକାରୀଙ୍କୁ ଭେଟିଲା କଂଗ୍ରେସ
ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ.) -ନୟାପଲ୍ଲୀ ଅଂଚଳରେ ଘଟିଥିବା ଦୁଷ୍କର୍ମ ଘଟଣା ସମଗ୍ର ରାଜଧାନୀବାସୀଙ୍କୁ ଉଦବେଗ କରିଦେଇଛି। ଏକ ଆପାର୍ଟମେଂଟରେ ରହୁଥିବା ଜଣେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରାଯିବା ଅତ୍ୟନ୍ତ ଉଦବେଗର ବିଷୟ ବୋଲି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ପ୍ରକାଶ
zhxcj


ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ.) -ନୟାପଲ୍ଲୀ ଅଂଚଳରେ ଘଟିଥିବା ଦୁଷ୍କର୍ମ ଘଟଣା ସମଗ୍ର ରାଜଧାନୀବାସୀଙ୍କୁ ଉଦବେଗ କରିଦେଇଛି। ଏକ ଆପାର୍ଟମେଂଟରେ ରହୁଥିବା ଜଣେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରାଯିବା ଅତ୍ୟନ୍ତ ଉଦବେଗର ବିଷୟ ବୋଲି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ପ୍ରକାଶ କରିଥିଲେ । ତାଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ନୟାପଲ୍ଲୀ ଥାନା ଓଆଇସିଙ୍କୁ ଭେଟି ଘଟଣାର ତ୍ୱରିତ ତଦନ୍ତ, ଅପରାଧୀ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଦାବି କରିଛନ୍ତି। ଏଥିସହ ଭୁବନେଶ୍ୱରରେ ପୋଲିସ ପାଟ୍ରୋଲିଂକୁ ଆହୁରି ସୁଦୃଢ଼ କରିବାକୁ ଦାବି ଜଣାଇଛନ୍ତି। ଯାହାଦ୍ୱାରା ଭୁବନେଶ୍ୱରବାସୀ ନିଜକୁ ସୁରକ୍ଷିତ ମନେ କରିପାରିବେ ଏବଂ ଭବିଷ୍ୟତରେ ଏଭଳି ଅପରାଧ ରୋକାଯାଇପାରିବ। ଏହି ଆଲୋଚନା ସମୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ମୁଖପାତ୍ର ରଜନୀ ମହାନ୍ତି, ମନୋରଞ୍ଜନ ଦାସ, ଉତର ଉପସଭାପତି ମୁକେଶ ପ୍ରଧାନ ଏବଂ ସୂର୍ଯ୍ୟକାନ୍ତ ଜେନା, ଲିଙ୍ଗରାଜ ସାହୁ, ଦେବାଶିଷ ମିଶ୍ର ଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande