
ଖୋର୍ଦ୍ଧା, 02 ଅକ୍ଟୋବର (ହି.ସ.)ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ପବିତ୍ର ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଜିଲ୍ଲା ସଦର ମହକୁମା ଠାରେ ପାଳିତ ହୋଇଯାଇଛି l ପୂର୍ବାହ୍ନ ରେ ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ଖୋର୍ଦ୍ଧା ଡାକବଙ୍ଗଳା ସନ୍ନିକଟ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ଅର୍ଦ୍ଧ ବୟବ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରାଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଓ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ, ସମ୍ମାନିତ ଅତିଥି ରୂପେ ଉପସଭାପତି, ଜିଲ୍ଲା ପରିଷଦ ଗୋପୀନାଥ ମହାରଣା, ସମ୍ମାନିତ ଅତିଥି ଭାବେ ସଦର ତହସିଲଦାର ବିଭାଶ ପାଣିଗ୍ରାହୀ ଏବଂ ମୁଖ୍ୟ ବକ୍ତା ଭାବେ ପ୍ରାଣ ନାଥ ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ଼ଃ ସୁବୋଧ କୁମାର ଜଗଦେବ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫୋଟୋ ଚିତ୍ରରେ ପୁଷ୍ମାମାଲ୍ୟ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ ।ମୁଖ୍ୟ ବକ୍ତା ଭାବେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ଼ଃ ସୁବୋଧ କୁମାର ଜଗଦେବ ଯୋଗଦେଇ ନିଜ ବକ୍ତବ୍ୟରେ ଗାନ୍ଧିଜୀ ଜଣେ ଯୁଗ ପୁରୁଷ ଥିଲେ l ଗାନ୍ଧୀଙ୍କ ଆଦର୍ଶ ସାରା ବିଶ୍ବକୁ ଆଚମ୍ବିତ କରିଥିଲା l ଓଡ଼ିଶାକୁ ବିଶେଷ କରି ଖୋରଧା ପାଇକ ମାଟିକୁ ୧୯୨୧ ମସିହା ମାର୍ଚ୍ଚ ୨୧ ତାରିଖରେ ଆସି ଧୋତି, ବେରାବୋଇ ଠେଙ୍ଗା ତାଙ୍କର ବ୍ୟବହାରିକ ସାଥୀ ହୋଇଥଲା ବୋଲି ପ୍ରକାଶ କରି ଗାନ୍ଧୀ ଦର୍ଶନ ର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀ ମାନେ ସମ୍ମାନର ସହ ବଞ୍ଚିବାର ସ୍ୱଚ୍ଛତା, ସ୍ୱଚ୍ଛତା ହିଁ ପୂର୍ଣ୍ଣତା ଏବଂ ସ୍ଵଚ୍ଛତାହିଁ ମାନବ ଧର୍ମ, ପରିଶ୍ରମ କରି ବା, ତ୍ୟାଗ କରିବା ଆଦି ଗାନ୍ଧୀ ଦର୍ଶନକୁ ଛାତ୍ରଛାତ୍ରୀ, ଯୁବକ ଯୁବତୀ ମାନେ କର୍ମମୟ ଜୀବନରେ ଲଗାଇ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ଭାବେ ସଦର ତହସିଲଦାର ବିଭାଷ ପାଣିଗ୍ରାହୀ ଯୋଗଦେଇ ଗାନ୍ଧୀ, ଗୋପବନ୍ଧୁ, ସୁଭାଷ ବୋଷ, ଲାଲ୍ ବାହାଦୁର ଶାସ୍ତ୍ରୀ, ରବୀନ୍ଦ୍ର ନାଥ ଟାଗୋର ଆଦି ଜୀବନୀ ପଢ଼ି ଭଲ ମଣିଷ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଏବଂ ଧନ୍ୟ ବାଦ ଅର୍ପଣ କରିଥିଲେ l ଶେଷରେ ବନ୍ଦେ ମାତରମ ଏବଂ ଜାତୀୟ ସଙ୍ଗୀତ ଗାନ ପୂର୍ବକ ସଭା ସାଙ୍ଗ କରାଯାଇଥିଲା l ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଡି ଇ ଜି ଏମ ମାନସ କୁମାର ବ୍ରହ୍ମା,ସି ଆର ସି ସି, ରେବତୀ ପଣ୍ଡା, ବ୍ଲକ୍ ଶିକ୍ଷା ଅଧିକାରୀ, ଭୀମ ସେନ ପ୍ରଧାନ, ସତ୍ୟବାଦୀ ବଳିୟାର ସିଂହ, ଇତିଶ୍ରୀ ସାହୁ, ସୌଦାମିନୀ ପଟ୍ଟନାୟକ, ନରେନ୍ଦ୍ର ପୃଷ୍ଟି,, ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ପ୍ରମୁଖ ଯୋଗଦେଇଥିଲେ।l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ