ଧର୍ମ ପରାୟଣା ମହିଳା ତଥା ବିଶିଷ୍ଟ ସମାଜସେବିକା କିରଣବାଳାଙ୍କ ୧୧ତମ ବାର୍ଷିକ ସ୍ମୃତି ସମାରୋହ
ଭଦ୍ରକ, ୨ ଅକ୍ଟୋବର (ହି.ସ.) - ଏକ ମଧ୍ୟବିତ ପରିବାରରେ ଜନ୍ମ ହୋଇ ଜଣେ ବିଶିଷ୍ଟ ଶିଳ୍ପଦ୍ୟୋଗୀ ତଥା ସମାଜସେବୀ ଘରର ବୋହୂ ହୋଇ ଦିନ ଦରିଦ୍ର ଲୋକଙ୍କ ସେବାକରିବା ମଧ୍ୟରେ ବହୁ ଧର୍ମକାର୍ଯ୍ୟ କରିଥିବା କିରଣବାଳାଙ୍କ କର୍ମ ତାଙ୍କୁ ଚିରକାଳ ସ୍ମରଣୀୟ କରି ରଖିବ ବୋଲି ମହିୟସୀ ଧର୍ମପରାୟଣା ମହିଳା ସ୍ୱର୍ଗ
KIRANBALA 11TH SMRUTI SAMAROHA


ଭଦ୍ରକ, ୨ ଅକ୍ଟୋବର (ହି.ସ.) - ଏକ ମଧ୍ୟବିତ ପରିବାରରେ ଜନ୍ମ ହୋଇ ଜଣେ ବିଶିଷ୍ଟ ଶିଳ୍ପଦ୍ୟୋଗୀ ତଥା ସମାଜସେବୀ ଘରର ବୋହୂ ହୋଇ ଦିନ ଦରିଦ୍ର ଲୋକଙ୍କ ସେବାକରିବା ମଧ୍ୟରେ ବହୁ ଧର୍ମକାର୍ଯ୍ୟ କରିଥିବା କିରଣବାଳାଙ୍କ କର୍ମ ତାଙ୍କୁ ଚିରକାଳ ସ୍ମରଣୀୟ କରି ରଖିବ ବୋଲି ମହିୟସୀ ଧର୍ମପରାୟଣା ମହିଳା ସ୍ୱର୍ଗତ କିରଣବାଳା ବେହେରାଙ୍କ ୧୧ତମ ଶ୍ରାଦ୍ଧବାର୍ଷିକ ସ୍ମୃତି ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ତୁଳସୀ ଦୁଇପତ୍ରରୁ ବାସିଲା ଭଳି କିରଣବାଳା ଅବିଭକ୍ତ ବାଲେଶ୍ୱର ଜିଲାର ନୀଳଗିରି ବାଉଁଶବଣିଆ ଗ୍ରାମରେ ଜନ୍ମହୋଇ ସମୟକ୍ରମେ ଭଦ୍ରକର ବିଶିଷ୍ଟ ଶିଳ୍ପପତି ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ଭାବେ ତାଙ୍କର ସମସ୍ତ କର୍ମରେ ସହଯୋଗ କରିବା ମଧ୍ୟରେ ଯେଭଳି ଗରିବ ଲୋକଙ୍କ ଦୁଃଖ ବୁଝୁଥିଲେ, ତାହା ସଦାସର୍ବଦା ବନ୍ଦନୀୟ। ଆଜି କିରଣବାଳାଙ୍କ ୧୧ତମ ସ୍ମୃତି ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ତାଙ୍କର ଆବକ୍ଷ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରି ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ଏହି ଉତ୍ସବରେ ଭଦ୍ରକର ବହୁ ବୁଦ୍ଧିଜୀବୀଙ୍କ ସମେତ ତାଙ୍କର ସ୍ୱାମୀ ତଥା ବିଶିଷ୍ଟ ଶିଳ୍ପପତି ରାମଚନ୍ଦ୍ର ବେହେରା ,ଦୁଇ ସନ୍ତାନ ପୁତ୍ର ସୌମ୍ୟରଂଜନ ଓ କନ୍ୟା ଦୀପିକା ଉପସ୍ଥିତ ଥିଲେ। ଏହି ଅବସରରେ ତାଙ୍କ ବାସଭବନ ପରିସରରେ ନାମ ସଂକୀର୍ତନ ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande