
ମାଲକାନଗିରି, ୨ ଅକ୍ଟୋବର (ହି.ସ.)- ଦଶହରା ପର୍ବ ପୂର୍ବରୁ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କାଲିମେଳା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ଉ କରାଯାଇଛି । ଗୁରୁବାର ରାତ୍ରରେ କାଲିମେଳା ବ୍ଲକ ଅଫିସ ଛକ ନିକଟରେ ପୋଲିସ ଚଢ଼ଉ କରି ୩୧ ଲିଟର ବିଦେଶୀ ମଦ ଓ ଏକ ବାଇକ୍ ଜବତ କରିଛି । ଘଟଣାରେ ଝାଡଖଣ୍ଡର ପ୍ରତାପପୁର ଥାନା ସାତବାହିନୀ ଗାଁର ଜିତୁ କୁମାର ଯାଦବଙ୍କୁ ଅଟକ ରଖାଯାଇଛି । ଏନେଇ କାଲିମେଳା ଥାନାରେ କେସ୍ ନମ୍ବର ୨୪୦/୨୬ ଧାରା ୫୨ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ