କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗର ଖନନ କାର୍ଯ୍ୟ ଶେଷ
ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ.) - ପୂର୍ବ ତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ବୋରା ଗୁହାଲୁ ଓ କରକାଭାଲାସା ଷ୍ଟେସନ ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର ୪୧-୪୧ଏ ର ସଫଳ ବ୍ରେକଥ୍ରୁ (ଖନନ କାର୍ଯ୍ୟ ) ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ ହୋଇ
xfgn


ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ.) - ପୂର୍ବ ତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ବୋରା ଗୁହାଲୁ ଓ କରକାଭାଲାସା ଷ୍ଟେସନ ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର ୪୧-୪୧ଏ ର ସଫଳ ବ୍ରେକଥ୍ରୁ (ଖନନ କାର୍ଯ୍ୟ ) ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ ହୋଇଛି। ୧ ଅକ୍ଟୋବର ୨୦୨୬ରେ ଏହି ବ୍ରେକଥ୍ରୁ ଶତ ପ୍ରତିଶତ ଆଲାଇନମେଂଟ ସଠିକତା ସହ ସଫଳତାର ସହିତ ସମ୍ପନ୍ନ ହୋଇଛି। ଏହା ଚାଲୁଥିବା ଦୋହରୀକରଣ ପ୍ରକଳ୍ପର ଅଗ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ମୋଟ ୮୨୯ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସୁଡ଼ଙ୍ଗକୁ ଅଶ୍ୱଖୁରା ଆକୃତିରେ ନିର୍ମାଣ କରାଯାଇଛି ଏବଂ ଏହାର ଆଲାଇନମେଣ୍ଟରେ ୮ ଡିଗ୍ରୀ ପର୍ଯ୍ୟନ୍ତ ବକ୍ରତା ରହିଛି। ବୋରା ଗୁହାଲୁ–କରକାଭାଲାସା ବ୍ଲକ୍ ସେକ୍ସନରେ ଏହି ସୁଡ଼ଙ୍ଗର ବ୍ରେକଥ୍ରୁ ସଫଳତାର ସହିତ ସମ୍ପନ୍ନ ହୋଇଛି।

ସୁଡ଼ଙ୍ଗ ନମ୍ବର ୪୧-୪୧ଏର ସଫଳ ବ୍ରେକଥ୍ରୁ ଦୁର୍ଗମ ଭୂଖଣ୍ଡରେ ରେଳ ଭିତିଭୂମି ନିର୍ମାଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଇଞ୍ଜିନିୟରିଂ ସଫଳତା। ନିର୍ଦ୍ଧାରିତ ଆଲାଇନମେଂଟରେ ଶତ ପ୍ରତିଶତ ସଠିକତା ସହ ଏହି ବ୍ରେକଥ୍ରୁ ସମ୍ପନ୍ନ ହେବା କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପର ଅଗ୍ରଗତିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି।

ଏହି ସୁଡ଼ଙ୍ଗର ବ୍ରେକଥ୍ରୁ (ଖନନ କାର୍ଯ୍ୟ ) ସମ୍ପନ୍ନ ହେବା ଦୋହରୀକରଣ ପ୍ରକଳ୍ପର କ୍ରମାଗତ ବିକାଶରେ ସହାୟକ ହେବା ସହ କୋଟ୍ଟାଭାଲାସା–କୋରାପୁଟ ରେଳ ସେକ୍ସନରେ ରେଳ ଭିତିଭୂମିକୁ ଆହୁରି ସୁଦୃଢ଼ କରିବ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏହା ରେଳ ଲାଇନର କ୍ଷମତା ବୃଦ୍ଧି, ପରିଚାଳନାଗତ ଦକ୍ଷତାରେ ଉନ୍ନତି ଏବଂ ଏହି ଅଂଚଳରେ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନର ସୁଗମ ଚଳାଚଳରେ ସହାୟକ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande