

ଭୁବନେଶ୍ୱର, ୨ ଅକ୍ଟୋବର (ହି.ସ.)- ଆଗାମୀ ୩ ଦିନ ଅର୍ଥାତ୍ ୨ ତାରିଖ ସକାଳ ଠାରୁ ଆସନ୍ତା ୫ ତାରିଖ ସକାଳ ସୁଦ୍ଧା ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ପରବର୍ତୀ ୪ ଦିନ ଅର୍ଥାତ୍ ୫ ତାରିଖ ସକାଳ ଠାରୁ ଆସନ୍ତା ୯ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ସେହିପରି ଆଗାମୀ ୭ ଦିନ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ