ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳିତ
ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ.) - ଚାଲିଥିବା ସ୍ୱଚ୍ଛତା ହି ସେବା ୨୦୨୬ ଅଭିଯାନର ଅଂଶସ୍ୱରୂପ ପୂର୍ବ ତଟ ରେଳପଥ ପକ୍ଷରୁ ଆଜି ମହାତ୍ମା ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳନ କରାଯାଇଛି। ଏହି ଅବସରରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲ
jfukf


ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ.) - ଚାଲିଥିବା ସ୍ୱଚ୍ଛତା ହି ସେବା ୨୦୨୬ ଅଭିଯାନର ଅଂଶସ୍ୱରୂପ ପୂର୍ବ ତଟ ରେଳପଥ ପକ୍ଷରୁ ଆଜି ମହାତ୍ମା ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳନ କରାଯାଇଛି। ଏହି ଅବସରରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଏହି ଅବସରରେ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ରେଳ ହାଉସ୍ ଗେଟ୍ ଠାରୁ ରେଳ କୁଞ୍ଜ କଲୋନୀ ଦେଇ ରେଳ ସଦନ ପର୍ଯ୍ୟନ୍ତ ପ୍ରଭାତ ଫେରୀ ଆୟୋଜିତ ହୋଇଥିଲା। ଏଥିରେ ଅଧିକାରୀ ଓ କର୍ମଚାରୀମାନେ ଉତ୍ସାହର ସହିତ ଯୋଗଦେଇ ସ୍ୱଚ୍ଛତା ଏବଂ ସାମୂହିକ ଦାୟିତ୍ୱବୋଧର ବାର୍ତା ପ୍ରଚାର କରିଥିଲେ।

ପ୍ରଭାତ ଫେରୀ ପରେ ରେଳ ସଦନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ମାଧ୍ୟମରେ ପରିବେଶ ସୁରକ୍ଷା ଓ ସ୍ଥାୟୀ ପରିବେଶ ପ୍ରତି ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ସ୍ୱଚ୍ଛତା ଶପଥ ଓ ସ୍ୱଚ୍ଛତା ପରିଚର୍ଚ୍ଚା ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ଅଧିକାରୀ ଓ କର୍ମଚାରୀମାନେ ସ୍ୱଚ୍ଛତା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande