ୟୋନେକ୍ସ-ସନରାଇଜ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମୀଣ୍ଟନ ଚାମ୍ପିୟାନସିପ ଉଦଘାଟିତ
ୟୋନେକ୍ସ-ସନରାଇଜ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମୀଣ୍ଟନ ଚାମ୍ପିୟାନସିପ ଉଦଘାଟିତ
ୟୋନେକ୍ସ-ସନରାଇଜ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମୀଣ୍ଟନ ଚାମ୍ପିୟାନସିପ ଉତଘାଟିତ


ସମ୍ବଲପୁର, ୨ ଅକ୍ଟୋବର (ହି.ସ.)- ସମ୍ବଲପୁର ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘ ପକ୍ଷରୁ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମୀଣ୍ଟନ ଚାମ୍ପିୟାନସିପ ବିଜୁ ପଟ୍ଟନାୟକ ମଲ୍ଟି ପରପଜ ଇଣ୍ଡୋର ଷ୍ଟାଡିଅମ, ବୁର୍ଲା ଠାରେ ଆଜି ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପିଜି କାଉନସିଲ ସଚିବ ପ୍ରଫେସର ଡ଼. ଦେବେନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଭାବରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କ୍ରୀଡା ଅଧିକାରୀ ଡ଼. ଅବିନାଶ କର, ଓଏସବିଏ ର ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ, ଉପସଭାପତି ସୁରେଶ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟ ଶୁଭମ ଶର୍ମା, ଡେଭେଲପମେଣ୍ଟ କମିଟି ସଦସ୍ୟ ସନ୍ଦୀପ ମିଶ୍ର, ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘ ର ଉପସଭାପତି ପ୍ରବୀଣ ବେହେରା, ଟୁର୍ନାମେଣ୍ଟ ସଂଯୋଜକ ଅଭିଶେକ ବିଶ୍ୱାସ ଓ ଟୁର୍ନାମେଣ୍ଟ ମ୍ୟାଚ ରେଫରୀ ଲକ୍ଷପତି ନନ୍ଦ ମଂଚାସୀନ ଥିଲେ l

ଜାତୀୟ ସ୍ତରୀୟ ଅମ୍ପାୟାର ଟିକେଶ୍ୱର ସାହୁଙ୍କର ସଂଯୋଜନାରେ ଆୟୋଜିତ ଉଦ୍ଘାଟନୀ ସଭାରେ ଅତିଥି ମାନେ ଆଜିର ଦିନରେ ଖେଳ ବିଶେଷ ଭାବରେ ବ୍ୟାଡ଼ମୀଣ୍ଟନ କ୍ରୀଡା ପ୍ରତି ନୂତନ ପିଢ଼ିର ଶିଶୁ ମାନଙ୍କର ଆଗ୍ରହକୁ ଭୁୟସୀ ପ୍ରଶଂସା କରିବା ସହ ମାନସିକ ସ୍ତରରେ ବିକାଶ ପାଇଁ କ୍ରୀଡା କ୍ରୀଡା ସହ ନିଜକୁ ସାମିଲ ହେବା ଜରୁରୀ ବୋଲି କହିଥିଲେ l ଆଜିର ଦିନରେ ବ୍ୟାଡ଼ମୀଣ୍ଟନ ପ୍ରତି ଶିଶୁ ମାନେ ଆଗ୍ରହ ପ୍ରକାଶ କରିବା ଓ ଅଭିଭାବକ ମାନେ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଖୁସି ର ବିଷୟ ବୋଲି ମୁଖ୍ୟ ଅତିଥି ଡ଼. ମହାଲିକ କହିଥିଲେ l ଇଷ୍ଟଦେବୀ ମା ସମଲେଶ୍ୱରୀ ଙ୍କର ପୂଜାର୍ଚନା ପରେ ଚାମ୍ପିୟାନସିପ ଅତିଥି ମାନଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା l

ଏହି ଟୁର୍ନାମେଣ୍ଟରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ହୀରାକୁଦ, ରେଢ଼ାଖୋଲ, ରେଙ୍ଗାଲି, ବୁର୍ଲା ଓ ସମ୍ବଲପୁରର ୨୩୨ ଜଣ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିଛନ୍ତି l ଏଥିରେ ବାଳକ ଓ ବାଳିକା ବିଭାଗର ୯,୧୧, ୧୩, ୧୫, ୧୭ ଓ ୧୯ ବର୍ଷରୁ କମ ଖେଳାଳି ମାନେ ଭାଗ ନେଇଛନ୍ତି l ଏଥିସହ ସିନିଅର ବିଭାଗରେ ମଧ୍ୟ ସିଙ୍ଗିଲ୍ସ, ଡବଲ୍ସ ଓ ମିକ୍ସ ଡବଲ୍ସ ମ୍ୟାଚ ଗୁଡିକ ଖେଳାଯିବ l ସୂଚନା ଯୋଗ୍ୟ ଯେ, ଏହି ଚାମ୍ପିୟାନସିପରେ ଅକ୍ଟୋବର ୨,୩ ଓ ୪ ତାରିଖ ତିନିଦିନ ବ୍ୟାପି ଏହି ଟୁର୍ନାମେଣ୍ଟ ଖେଳାଯିବ l

ଏହି ଚାମ୍ପିୟାନସିପରେ ଓଡିଶା ବ୍ୟାଡ଼ମୀଣ୍ଟନ ସଂଘର ସ୍ୱୀକୃତି ପ୍ରାପ୍ତ ଅମ୍ପାୟାର ଟିକେଶ୍ୱର ସାହୁ, ସୌମିତ୍ରୀ ପ୍ରସାଦ ଦାସ, ବବୁଲୁ ସାହୁ, ମଣି ବେଜି, ହେମାନନ୍ଦ ଥପା, ସୂର୍ଯ୍ୟ ପାଣିଗ୍ରାହୀ, ନୀଳାଞ୍ଚଳ ସେଠୀ, ବବୁଲୁ ପ୍ରଧାନ, ସନ୍ଦୀପ ନାୟକ, ତପୁନ ସାହୁ, ସ୍ୱରାଜ ସିଂ ଛୁରିଆ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ l ଏଥିସହ ଶଶାଙ୍କ ଶେଖର ଜେନା, ସୁରଜ ପଟ୍ଟନାୟକ ଓ ପ୍ରଜ୍ବଳିତ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande