ସ୍ଵଚ୍ଛତାର ବାର୍ତ୍ତା : ବ୍ଲକ୍ ଛକରୁ ସ୍ଵାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସଫେଇ ଅଭିଯାନ
ସ୍ଵଚ୍ଛତାର ବାର୍ତ୍ତା : ବ୍ଲକ୍ ଛକରୁ ସ୍ଵାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସଫେଇ ଅଭିଯାନ
ସ୍ୱଚ୍ଛତାର ବାର୍ତ୍ତା : ପଞ୍ଚାୟତ  ବ୍ଲକ ଛକରୁ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସଫେଇ ଅଭିଯାନ


ସମ୍ବଲପୁର, ୨ ଅକ୍ଟୋବର (ହି.ସ.)- ସ୍ୱଚ୍ଛତା କେବଳ ଏକ ଦିନର ଅଭିଯାନ ନୁହେଁ, ଏହା ଦୈନନ୍ଦିନ ଜୀବନର ଅଂଶ—ଏହି ବାର୍ତ୍ତା ନେଇ ଜମନକିରା ଗ୍ରାମପଞ୍ଚାୟତ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ଏହି ସଫେଇ ଅଭିଯାନରେ ବ୍ଲକ ଛକ ଓ ଜମନକିରା ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫା କରାଯାଇଥିଲା।

ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିଥିବା ସ୍ୱଚ୍ଛତା ଅଭିଯାନର ଅଂଶ ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦଙ୍କ ଜମନକିରା ବ୍ଲକ ପ୍ରତିନିଧି ରମେଶ ସାହୁଙ୍କ ସମେତ ବହୁ ଜନସାଧାରଣ ସାମିଲ ହୋଇଥିଲେ। ଜମନକିରା ଗ୍ରାମପଞ୍ଚାୟତ ଅଧିକାରୀ ହିମାଂଶୁ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଭିଯାନରେ ଯୁବକଙ୍କ ସହ ବରିଷ୍ଠ ବ୍ୟକ୍ତିମାନେ ମଧ୍ୟ ଉତ୍ସାହର ସହ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ସୌରଭ ପଟ୍ଟନାୟକ, ତ୍ରିଲୋକ ପଧାନ, ସୁନୀଲ ମହାକୁଳ, ସଞ୍ଜୟ ପଶାୟତ, ନଗେନ୍ଦ୍ର ମାଝୀ, ଗୋପାଳ ସାହୁ ଓ ବିରାଜ ପାଣ୍ଡେଙ୍କ ସମେତ ଅନେକ ଯୁବକ ଓ ବରିଷ୍ଠ ନାଗରିକ ଯୋଗଦେଇ ସଫେଇ କରିଥିଲେ।

କେବଳ ସଫେଇରେ ସୀମିତ ନ ରହି ନିୟମିତ ଭାବେ ପରିବେଶ ସ୍ୱଚ୍ଛ ରଖିବା, ଆବର୍ଜନା ଏଣେତେଣେ ନ ପକାଇବା ଓ ସ୍ୱଚ୍ଛତା ପ୍ରତି ସାମୂହିକ ଦାୟିତ୍ୱବୋଧ ସୃଷ୍ଟି କରିବା ଉପରେ ଅଭିଯାନରେ ଗୁରୁତ୍ୱ ଦିଆଯାଇଥିଲା। ଜନସହଭାଗିତା ହିଁ ସ୍ୱଚ୍ଛତା ଅଭିଯାନକୁ ସଫଳ କରିପାରିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande