ଗାନ୍ଧୀ ଜୟନ୍ତୀରେ ସ୍ଵଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ
ମାଲକାନଗିରି, ୨ ଅକ୍ଟୋବର (ହି.ସ.)- ଗାନ୍ଧୀ ଜୟନ୍ତୀ ଅବସରରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ବିଜେପି ପକ୍ଷରୁ ସ୍ୱଚ୍ଛତା ହିଁ ସେବା, ସେବା ସଂକଳ୍ପ ଅଭିଯାନ ଏବଂ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶୁକ୍ରବାର ସକାଳେ କାଲିମେଳା ବଜାର ସ୍ଥିତ ପୋଖରୀ ଠାରେ ସ୍ୱଚ୍ଛ ଭାରତ ଅ
ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ


ମାଲକାନଗିରି, ୨ ଅକ୍ଟୋବର (ହି.ସ.)- ଗାନ୍ଧୀ ଜୟନ୍ତୀ ଅବସରରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ବିଜେପି ପକ୍ଷରୁ ସ୍ୱଚ୍ଛତା ହିଁ ସେବା, ସେବା ସଂକଳ୍ପ ଅଭିଯାନ ଏବଂ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶୁକ୍ରବାର ସକାଳେ କାଲିମେଳା ବଜାର ସ୍ଥିତ ପୋଖରୀ ଠାରେ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇଥିଲେ । ସାଂସଦ ଓ ବିଧାୟକ ନିଜେ ଝାଡୁ ଧରି ପୋଖରୀ ପରିସର ସଫା କରିବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିଥିଲେ ।

ଏହାପରେ ସାଂସଦ ଓ ବିଧାୟକ କାଲିମେଳା ବ୍ଲକ ଅନ୍ତର୍ଗତ କୋଇମେଟଲା ପଞ୍ଚାୟତରେ ଆୟୋଜିତ ଜଳ ଜୀବନ ମିଶନ କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ପ୍ରତି ଘରେ ଶୁଦ୍ଧ ପିଇବା ପାଣି ପହଞ୍ଚାଇବା ଲକ୍ଷ୍ୟରେ ସରକାର କାମ କରୁଛନ୍ତି ବୋଲି କହିଥିଲେ । ଏହି ଅବସରରେ ବିଜେପିର ବହୁ ବରିଷ୍ଠ ନେତା, ମଣ୍ଡଳ ସଭାପତି, ସରପଞ୍ଚ ଓ ଶତାଧିକ ସକ୍ରିୟ କର୍ମୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande