
ଜୟପୁର, ୨ ଅକ୍ଟୋବର (ହି.ସ.)- ଗାନ୍ଧୀ ଜୟନ୍ତୀ ଅବସରରେ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ମହିଳା ଏନସିସି କ୍ୟାଡେଟ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱଛତା ଅଭିଯାନ ଜୟପୁର ଦଶହରା ପଡିଆରେ ଆୟୋଜିତ ହୋଇଥିଲା । ଦଶହରା ପଡିଆରେ ପ୍ରତିଦିନ ଜୟପୁରର ବାସିନ୍ଦା ଏଠାରେ ଶାରିରିକ ବ୍ୟାୟାମ ପାଇଁ ଆସନ୍ତି । ତେଣୁ ଏହା ପରିଷ୍କାର ପରିଛନ୍ନ ରହିଲେ ସ୍ୱଛ ରହିବ । ଏହା ହିଁ କ୍ୟାଡେଟ ମାନଙ୍କ ଉଦ୍ଦେଶ୍ୟ ଥିଲା । ଏଥିରେ ମହିଳା ଏନସିସି କ୍ୟାଡେଟ ମାନେ ସକ୍ରିୟ ଭାବେ ସାମିଲ ହୋଇ ସଫେଇ କରିଥିଲେ । ହାତରେ ଝାଡୁ ଧରି କ୍ୟାଡେଟ ମାନେ ଅଳିଆ ଆବର୍ଜନା ସଫେଇ ସଂଗ୍ରହ କରିବା ସହ ପରିବେଶ ପରିଷ୍କାର ରଖିବା ନେଇ ଲୋକଙ୍କୁ ସଚେତନ କରିଥିଲେ । ମହାତ୍ମାଗାନ୍ଧୀଙ୍କ ସ୍ୱଛତା ହିଁ ସେବା ଓ ସ୍ୱଛ ପରିବେଶର ବାର୍ତାକୁ ଲୋକଙ୍କ ମଧ୍ୟରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସ୍ୱଛତା କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ ଏହାକୁ ଦୈନନ୍ଦିନ ଜୀବନର ଅଭ୍ୟାସ କରିବାକୁ ଅଭିଯାନ ମାଧ୍ୟମରେ ଆହ୍ୱାନ ଦିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି