ସ୍ୱାତୀ ଅନୁଷ୍ଠାନ ତରଫରୁ ଗାନ୍ଧି ଜୟନ୍ତି ପାଳିତ
Swati Observed Gandhi Jayanti in Phulbani
ଫୋଟ


କନ୍ଧମାଳ , ୦୨ ଅକ୍ଟୋବର (ହି.ସ.) ମୋହନଦାସ କରମଚହାନ୍ଦ ଗାନ୍ଧି ଙ୍କ ଜୟନ୍ତୀ ରେ ସାରା ଦେଶ ଅହିଂଶା ଦିବସ ପାଳନ କରୁଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ବିଭିନ୍ନ ସ୍ଥାନରେ ଏହି ଦିବସ ଟିକୁ ଶ୍ରଦ୍ଧା ଓ ସମତା ର ସହିତ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷିରେ ଅନୁଷ୍ଠାନର ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ସମ୍ପାଦକ ହରି ଶଙ୍କର ରାଉତ ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଗୁଡିକରେ ମହାତ୍ମା ଗାନ୍ଧି ଯେପରି ଆମ ଦେଶକୁ ଏକତା ର ସୂତ୍ରରେ ବାନ୍ଧିଥିଲେ ଏବଁ ଏକ ଶ୍ରେଷ୍ଠ ଭାରତ ଗଠନ ର ଆହ୍ୱାନ ଦେଇଥିଲେ ତାକୁ ମନେ ପକାଇ ଆମେମାନେ ପ୍ରତିଜ୍ଞାର ସହିତ ଅହିଂଶା ର ମାର୍ଗ ଓ ସେବାର ବ୍ରତ କୁ ପାଳନ କରି ଏକ ଭାରତ-ଶ୍ରେଷ୍ଠ ଭାରତ ଘଠନ ଆଡକୁ ଆଗେଇବା ତାହା ଆଲୋକପାତ କରାଯାଇଥିଲା । ଏହି ମହାନ ବ୍ୟକ୍ତିତ୍ୱ ଙ୍କ ର ଦେଶ କୁ ସ୍ୱାଧିନତା ଦେବାରେ ଥିବା ଅବଦାନ କୁ ସ୍ମରଣୀୟ କରି ବା ପାଇଁ ଆଜିର ଏହି ଗାନ୍ଧି ଜୟନ୍ତି ପାଳନ ନିଶ୍ଚିତ ଭାବେ ଗୁରୁତ୍ୱ ପୂର୍ଣ୍ଣ ବୋଲି ଅନୁମାନ କରିହେଉଛି । ଅହିଂଶା ହେଉଛି ମନୁଷ୍ୟ ସମାଜର ପାଇଁ ଏକ ମହତ୍ୱପୂର୍ଣ୍ଣ ଦିଗ ଯାହା ହିଂଶା କୁ ପରିହାର କରି ଦେଶ ଗଠନରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ ଉପସ୍ଥିତ ଅନ୍ୟ ବରିଷ୍ଠ କର୍ମୀ ମାନେ ଏହି ମହାପୁରୁଷ ଙ୍କ ଆତ୍ମକାହାଣୀ କୁ ଉପସ୍ଥାପନା କରି ମହାନତା ର ଉଦାହରଣ ସାଜିଥିବା ବ୍ୟକ୍ତିତ୍ୱ ଙ୍କୁ ଶ୍ରଦ୍ଧାଞଳୀ ଦେଇଥିଲେ । ଏଥି ସହିତ ଉପସ୍ଥିତ ସମସ୍ତ କର୍ମକର୍ତା ଦେଶର ଶ୍ରେଷ୍ଠତ୍ୱ ନିମନ୍ତେ ଏକତା ବଜାୟ ରଖିବା ପାଇଁ ବଦ୍ଧପରିକର ବୋଲି ଏକ ସପଥ ପାଠ କରି ସୂଚାଇଥିଲେ । ଆହୁରି ମଧ୍ୟ ନିକଟରେ ସାହାସକିତା ଦେଖାଇ ବହୁ ଜିବନ କୁ ମୃତ୍ୟୁ ମୁଖରୁ ରକ୍ଷା କରିପାରିଥିବା କ୍ୟାପଟେନ୍ ସ୍ମିତ୍ ମଚ୍ଛାର୍ ଙ୍କ ଆଶୁ ଆରୋଗ୍ୟ କାମନା କରି ଭଗବାନ ଙ୍କ ନିକଟରେ ସାମୁହିକ ପ୍ରାର୍ଥନା କରାଯାଇଥିଲା ।

--------------

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande