
ଝାରସୁଗୁଡ଼ା, ୦୨ ଅକ୍ଟୋବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଓବିସି ମଂଚ ଆନୁକୂଲ୍ୟରେ ରଘୁନାଥପାଲି ଛକ ଶିବମନ୍ଦିର ଠାରେ ସ୍ୱସ୍ଥାନ କଲମୀ ଗଛ କରା ଯିବା ସମ୍ପର୍କ ରେ ଏକ ଆଲୋଚନା ଚକ୍ର ତଥା ତାଲିମ ଶିବିର କ୍ଷ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି କ୍ଷ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉଭୟ ମହାପୁରୁଷ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ସୋହେଲା ପଦ୍ମପୁର ରୁ ଅବସରପ୍ରାପ୍ତ ଉଦ୍ୟାନବିତ ଅମୀୟ କୁମାର ସାହୁ ତାଙ୍କ ଚାରି ଜଣିଆ ସହଯୋଗୀ ଙ୍କ ସହିତ ଉପସ୍ଥିତ ରହି ବ୍ଲକର ବିଭିନ୍ନ ପଂଚାୟତ ରୁ ଆସିଥିବା ଆଗ୍ରହୀ ଚାଷୀ ମାନଂକୁ ବିଭିନ୍ନ କିସମ ର ଆମ୍ବ ର କଲମୀ କରାଯିବା ବିଷୟରେ ତାଲିମ ଦେଇ ଥିଲେ । କୋଲାବିରା ଓବିସି ମଂଚ ର ସଭାପତି ଶିର୍ଯୁ ଖମାରୀ, ଡୋଲାରାମ ପଧାନ, ଦିଗାମ୍ବର ବାରିକ, ଅଶୋକ ସାହୁ, ବଳରାମ ପାଣ୍ଡେ, ଗୁରୁଚରଣ ସାହୁ, ମଦନ ମୋହନ ପଟେଲ, ଚେତାନନ୍ଦ ପଟେଲ, ନାଲିନ ପଟେଲ, ସୌରେନ୍ଦ୍ର ନାୟକ ପ୍ରମୁଖ ଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।
---------------
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ