
ଘଟଗାଁ,୨ ଅକ୍ଟୋବର (ହି.ସ.) ପୁରୁମୁଣ୍ଡା ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଏଫ ଇ ଏସ ତତ୍ୱବୋଧନରେ ଶ୍ରୀଷ୍ଟି ଓ ପ୍ରକଳ୍ପ ଏନଜିଓ ସହଯୋଗରେ ଗ୍ରାମର ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ନେଇ ଅନୁଷ୍ଠିତ ହୋଇ ଯାଇଛି ବନ୍ୟପ୍ରାଣୀ ସୁରକ୍ଷା ସଚେତନ ସଭା।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଘଟଗାଁ ବନାଂଚଳ ଅଧିକାରୀ ବବ୍ରୁବାହାନ ସାହୁ ଯୋଗଦେଇଥିଲେ। ସେହିଭଳି ସମ୍ମାନିତ ଅତିଥିଭାବେ ଦେଓବନ୍ଧ ଫରେଷ୍ଟର ଶ୍ରବଣ କୁମାର ବାରିକ ମଂଚାସିନ ହୋଇଥିଲେ।ସମ୍ମାନୀୟ ଅତିଥିଭାବେ ପୁରୁମୁଣ୍ଡା ସରପଂଚ ସନ୍ତୋଷିନୀ ନାଏକ, ପ୍ରକଳ୍ପ ସଂଯୋଜକ ରଞ୍ଜିତ ପଲେଇ ଢେଂକିକୋଟ ପ୍ରାଣୀ ଚିକିତ୍ସାକ କନ୍ଦର୍ପ ମହାନ୍ତ ପ୍ରମୁଖ ମଂଚାସିନ ହୋଇଥିଲେ।ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ସାହୁ ଉପସ୍ଥିତ ମା ମାନଙ୍କୁ ନିଜ ଅଭିଭାଷଣରେ ୭୨ ତମ ବନ୍ୟପ୍ରାଣୀ ସୁରକ୍ଷା ସଚେତନ ଉପରେ ପୁଙ୍ଖାନୁ ପୁଙ୍ଖ ବୁଝାଇଥିଲେ।ଆହୁରି ମଧ୍ୟ କହିଥିଲେ ଜଙ୍ଗଲ ସୁରକ୍ଷିତ ରହିଲେ ବନ୍ୟପ୍ରାଣୀ ସୁରକ୍ଷିତ ରହିବେ ବୋଲି ସଚେତନ ବାର୍ତା ଦେଇଥିଲେ।ସମ୍ମାନିତ ଅତିଥି ଶ୍ରୀ ବାରିକ ଜଙ୍ଗଲ ଧୀରେଧୀରେ କ୍ଷୟ ହେବାରୁ ଖାଦ୍ୟ ଅଭାବରୁ ବନ୍ୟପ୍ରାଣୀ ଗୁଡିକ ଖାଦ୍ୟ ଅନେଶ୍ୱଣରେ ଜନବସ୍ତି ମୁହାଁ ହେଉଛନ୍ତି। ଗାଁ ମୁହାଁ ବନ୍ୟପ୍ରାଣୀ ଗୁଡିକକୁ କୌଣସି କ୍ଷତି ନ ଘଟାଇ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାଇବା ପାଇଁ ପରାମର୍ଶ ଦେବା ସହ ସୁସ୍ଥ ଜୀବନ ସୁନ୍ଦର ପରିବେଶ ଲାଗି ଜଙ୍ଗଲ ନଷ୍ଟ ନକରି ବୃକ୍ଷ ରୋପଣ କରିବାକୁ ଆହ୍ୱାନ ଦେଇଥିଲେ। ସଭାକାର୍ଯ୍ୟ ପରେ ପରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ହାତରେ ପ୍ଲାକାର୍ଡ ଧରି ଜଙ୍ଗଲ ନଷ୍ଟ ବନ୍ୟପ୍ରାଣୀ ଶିକାର ଦଣ୍ଡନୀୟ ଅପରାଧର ସଚେତନର ନାରା ଲଗାଇ ଗାଁ ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମରେ ଏଫ ଇ ଏସ ଏନଜିଓ ଘଟଗାଁ ବ୍ଲକ ସଂଯଯୋକ ବର୍ଷାରାଣୀ ବାରିକ ଏବଂ ଘଟଗାଁ ବ୍ଲକ ଶ୍ରୀଷ୍ଟି ସଂଯୋଜକ ସୁଭାଷିନୀ ସ୍ୱାଇଁ ସହଯୋଗ କରିଥିଲେ।
------------------
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ