ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡି ପ୍ରତିଯୋଗିତା ଉଦଯାପିତ : ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଚାମ୍ପିୟନ୍
ଭୁବନ, ୨ ଅକ୍ଟୋବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଖେଳ ପଡ଼ିଆରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୩ଟି ମହାବିଦ୍ୟାଳୟର
ମହିଳା କବାଡି ପ୍ରତିଯୋଗିତା


ଭୁବନ, ୨ ଅକ୍ଟୋବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଖେଳ ପଡ଼ିଆରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୩ଟି ମହାବିଦ୍ୟାଳୟର ୧୬ ଜଣ କ୍ରୀଡ଼ା ଶିକ୍ଷକଙ୍କ ସମେତ ୧୭୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ବଲ୍ଲଭ ଦେବୀ ମହିଳା ଡିଗ୍ରୀ ମହାବିଦ୍ୟାଳୟକୁ ୪୨-୧୨ ପଏଣ୍ଟରେ ପରାସ୍ତ କରି ଚାମ୍ପିୟନ୍ ହୋଇଥିଲା ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ଦେବବ୍ରତ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ କ୍ରୀଡ଼ା ଏକାନ୍ତ ଆବଶ୍ୟକ । ନାରୀ ଶିକ୍ଷାର ପ୍ରଗତି ହେଲେ ଦେଶର ପ୍ରଗତି ହେବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ +୨ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ ଯୋଗଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ଚାମ୍ପିୟନ୍ ଓ ରନର୍ଷ ଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା।

କ୍ରୀଡ଼ା ଶିକ୍ଷକ ଗଦାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସ୍ପୋର୍ଟସ କାଉନସିଲ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande