ଧର୍ମଶାଳା ଡିଫେନ୍ସ କ୍ଲବ ପକ୍ଷରୁ ମେଡିକାଲରେ ସଫେଇ ଓ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ
ଧର୍ମଶାଳା,୨ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଡିଫେନ୍ସ କ୍ଲବ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟକ୍ରମ ସଭାପତି ଅନିଲ କୁମାର ସାମଲଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ ସୁଧୀର କୁମାର ସାହୁ
ଧର୍ମଶାଳା ଡିଫେନ୍ସ କ୍ଲବ ପକ୍ଷରୁ ମେଡିକାଲରେ ସଫେଇ ଓ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ


ଧର୍ମଶାଳା,୨ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଡିଫେନ୍ସ କ୍ଲବ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟକ୍ରମ ସଭାପତି ଅନିଲ କୁମାର ସାମଲଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ ସୁଧୀର କୁମାର ସାହୁଯୋଗ ଦେଇଥିଲେ । କ୍ଲବର ସମସ୍ତ ସଦସ୍ୟ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପଂହଚି ଅଳିଆ ଆବର୍ଜନା ସଫେଇ କରି ବ୍ଲିଚିଂ ପାଉଡର ସିଂଚନ କରି ଥିଲେ । ପରେ ସମସ୍ତ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ଶୁଖିଲା ଖାଦ୍ୟ ବଂଟନ କରା ଯାଇଥିଲା । ଧର୍ମଶାଳା ଅଂଚଳର ଗୁରୁତ ରୋଗରେ ଶିକାର ହୋଇ ଥିବା ତ୍ରିଶିକା ରାୟଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗକୁ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କ୍ଲବର ସଭାପତି ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande