ପୂଜା ପୂର୍ବରୁ ଦିଆଯିବ ବନ୍ୟା କ୍ଷତିପୂରଣ
ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ) - ପୂଜା ପୂର୍ବରୁ ୧୦ ତାରିଖ ସୁଦ୍ଧା ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ସମୟ ପୂର୍ବରୁ କ୍ଷତିପୂରଣ ପ୍ରଦାନ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ୨୬୧ କୋଟି ପ୍ରଥମ ପର୍
suresh pujari


ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ) - ପୂଜା ପୂର୍ବରୁ ୧୦ ତାରିଖ ସୁଦ୍ଧା ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ସମୟ ପୂର୍ବରୁ କ୍ଷତିପୂରଣ ପ୍ରଦାନ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ୨୬୧ କୋଟି ପ୍ରଥମ ପର୍ଯ୍ୟାୟରେ କ୍ଷତିପୂରଣ ଦିଆଯାଇଛି। ଦକ୍ଷିଣ ଓଡ଼ିଶାକୁ ୨୦ କୋଟି ଟଙ୍କା ଦିଆଯାଇଛି। ଯେତେଶୀଘ୍ର ଚୂଡ଼ାନ୍ତ ରିପୋର୍ଟ ଆସିବ କ୍ଷତିପୂରଣ ଯୋଗାଇ ଦିଆଯିବ। ବନ୍ୟା ସମୟରେ ଅବହେଳା ପାଇଁ ଚାନ୍ଦବାଲି ବିଡିଓ ନିଲମ୍ବିତ ହୋଇଛନ୍ତି। ପ୍ରାକୃତିକ ବିପର୍ଯ୍ୟାୟ ବେଳେ ସରକାରୀ ଅଧିକାରୀଙ୍କ ଅବହେଳା ଅକ୍ଷମଣୀୟ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande