କୋରାପୁଟ ଜିଲ୍ଲା ସଦର ମହକୁମାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଜୟପୁର, ୨ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା ସଦର ମହକୁମାରେ ଆଜି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଛି। ଏହି ଅବସରରେ ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର
କୋରାପୁଟରେ ସଦର ମହକୁମାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ।


ଜୟପୁର, ୨ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା ସଦର ମହକୁମାରେ ଆଜି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଛି। ଏହି ଅବସରରେ ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋରାପୁଟ ଡିପିସି ଅଧ୍ୟକ୍ଷ ତଥା ବିଧାୟକ ରଘୁରାମ ମାଛ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଉପଜିଲ୍ଲାପାଳ ସୁଶ୍ରୀ ଫାବି ରସିଦ, ଆଇଏଏସ୍ ପ୍ରୋବେସନର ଅନୁଜ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଏସ୍ଡିସି ଅଧ୍ୟକ୍ଷ ଭଗବାନ ମୁଦୁଲି, କୋରାପୁଟ ପୌରପାଳିକା ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନମିତା ମାଝୀ ପ୍ରମୁଖ ଯୋଗଦେଇଥିଲେ।ଏହି ପରିପ୍ରେକ୍ଷୀରେ ସାମାଜିକ ସଦ୍ଭାବ ଓ ସର୍ବଧର୍ମ ସମନ୍ୱୟର ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମରେ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଗାୟତ୍ରୀ ପରିବାରର ସଦସ୍ୟମାନଙ୍କ ଦ୍ୱାରା ପବିତ୍ର ଗୀତା ପାଠ, ମୁସଲିମ୍ ସମ୍ପ୍ରଦାୟର ସଦସ୍ୟ ମହମ୍ମଦ ମୁଜାମିଲ ହୁସେନଙ୍କ ଦ୍ୱାରା ପବିତ୍ର କୁରାନ ପାଠ ଏବଂ କୋରାପୁଟ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ବିରଞ୍ଚି ଖୋସଲଙ୍କ ଦ୍ୱାରା ବାଇବେଲ୍ ପାଠ କରାଯାଇଥିଲା। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ଆଦର୍ଶ ଏବଂ ଲାଲ ବହାଦୁର ଶାସ୍ତ୍ରୀଙ୍କ ସରଳତା, ଦେଶପ୍ରେମ ଓ କର୍ତ୍ତବ୍ୟନିଷ୍ଠାକୁ ସ୍ମରଣ କରାଯାଇଥିଲା। ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ସମାଜରେ ଶାନ୍ତି, ଏକତା, ସ୍ୱଚ୍ଛତା ଓ ଭାଇଚାରା ବଜାୟ ରଖିବାକୁ ଆହ୍ୱାନ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ, କୋରାପୁଟର ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ, ନିମାଇଁ ସରକାର, ୱାଇ.ସତ୍ଯନାରାୟଣ, ନଗର ସଭାପତିଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀ ଏବଂ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ, ସର୍ବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶେଷରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିବୃନ୍ଦଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ବିତର୍କ ପ୍ରତିଯୋଗିତାର କନିଷ୍ଠ ବର୍ଗରେ : ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କୋରାପୁଟର ୭ମ ଶ୍ରେଣୀର ଛାତ୍ରୀ ଜିଜ୍ଞାସା ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, କୋରାପୁଟର ୭ମ ଶ୍ରେଣୀର ଛାତ୍ରୀ ଔରୋସ୍ମିତା ସାହୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଶ୍ରୀ ରାମକୃଷ୍ଣ ବିଦ୍ୟାମନ୍ଦିର, କୋରାପୁଟର ୭ମ ଶ୍ରେଣୀର ଛାତ୍ରୀ ଦିବ୍ୟାଂଶୀ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ।ବିତର୍କ ପ୍ରତିଯୋଗିତାର ବରିଷ୍ଠ ବର୍ଗରେ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମାଛରା, କୋରାପୁଟର ୮ମ ଶ୍ରେଣୀର ଛାତ୍ରୀ ସଦ୍ଭାବନା ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେଣ୍ଟସ୍ ଇଂଲିଶ୍ ମିଡିୟମ୍ ସ୍କୁଲ୍, କୋରାପୁଟର ୯ମ ଶ୍ରେଣୀର ଛାତ୍ରୀ ମୋନାଲିସା ବାଘ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୋରାପୁଟର ୮ମ ଶ୍ରେଣୀର ଛାତ୍ରୀ ଅଦ୍ୟାଶା ଆଚାର୍ଯ୍ୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ: ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, କୋରାପୁଟର ୭ମ ଶ୍ରେଣୀର ଛାତ୍ରୀ ଆଦ୍ୟାଶା ସେନାପତି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେଣ୍ଟସ୍ ସ୍କୁଲ୍, କୋରାପୁଟର ୭ମ ଶ୍ରେଣୀର ଛାତ୍ର ଡି.ଏସ୍. ଆର୍ଯ୍ୟନ୍ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କୋରାପୁଟର ୭ମ ଶ୍ରେଣୀର ଛାତ୍ର ଡି. କାର୍ତ୍ତିକ ତୃତୀୟ ସ୍ଥାନ ଅଧିକାର କରିଥିଲେ।କାର୍ଯ୍ୟକ୍ରମକୁ କୋରାପୁଟର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ପରିଚାଳନା କରିଥିଲେ। ଏଥିରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରାଧାରାଣୀ ସରକାର, କ୍ଲର୍କ-କମ୍-ଲାଇବ୍ରେରିଆନ୍ ମିଥୁ ବାଘ, ପ୍ରୋଜେକ୍ସନିଷ୍ଟ ଅଲିଭା ବେହେରା, ଷ୍ଟୋରକିପର୍ ସନ୍ତୋଷ କୁମାର ସେଠୀ, କ୍ଲର୍କ ଶ୍ରୀମତୀ ସୁବାସିନୀ କରସୁଧା ପଟ୍ଟନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande