ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 02 ଅକ୍ଟୋବର (ହି.ସ.)- ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ, ମହାତ୍ମା ଗାନ୍ଧୀଜୀଙ
ଗାନ୍ଧୀ ଜୟନ୍ତୀ


ଭୁବନେଶ୍ୱର, 02 ଅକ୍ଟୋବର (ହି.ସ.)- ଗାନ୍ଧୀ

ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଓ ଉପମୁଖ୍ୟମନ୍ତ୍ରୀ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ, ମହାତ୍ମା ଗାନ୍ଧୀଜୀଙ୍କ ଜୟନ୍ତୀ

ଅବସରରେ ତାଙ୍କର ଚିରନ୍ତନ ଆଦର୍ଶ ସତ୍ୟ, ଅହିଂସା ଓ ଶାନ୍ତି ପ୍ରତି ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

କରୁଛି। ତାଙ୍କର କାଳଜୟୀ ମୂଲ୍ୟବୋଧ ଆମ ସମସ୍ତଙ୍କୁ ନିରନ୍ତର ପ୍ରେରଣା ଯୋଗାଇ ଚାଲୁ, ଏହା ମୋର କାମନା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ

ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ। ତାଙ୍କ ପ୍ରଦର୍ଶିତ ସ୍ୱଚ୍ଛତା, ସ୍ୱଦେଶୀ ଓ ଆତ୍ମନିର୍ଭରତାର ମହାନ ଆଦର୍ଶ ତଥା ନୈତିକ ମୂଲ୍ୟବୋଧ ଏକ

ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଚିରକାଳ ଆମକୁ ମାର୍ଗଦର୍ଶନ କରୁଥିବ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଗାନ୍ଧୀ

ଜୟନ୍ତୀ ଅବସରରେ ଆମେ ମୋହନଦାସ କରମଚାନ୍ଦ ଗାନ୍ଧୀଜୀଙ୍କୁ ଏବଂ ସତ୍ୟ, ଅହିଂସା ଓ ଅନ୍ୟମାନଙ୍କ ସେବା ପ୍ରତି ତାଙ୍କର କାଳଜୟୀ ବାର୍ତ୍ତାକୁ

ସ୍ମରଣ କରୁଛୁ। ଏକ ନ୍ୟାୟସଙ୍ଗତ, ଶାନ୍ତିପୂର୍ଣ୍ଣ ଓ ସମାବେଶୀ ସମାଜ ଗଠନ ଦିଗରେ ତାଙ୍କର ଆଦର୍ଶ ଆମକୁ ନିରନ୍ତର ମାର୍ଗଦର୍ଶନ

କରୁ,

ଏହା ଆମର କାମନା।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସତ୍ୟ, ଅହିଂସା ଏବଂ ସେବାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ

କୋଟି କୋଟି ପ୍ରଣାମ ଜଣାଉଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ

ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ସତ୍ୟାଗ୍ରହ ଏବଂ ସରଳ ଜୀବନଶୈଳୀ ଆଜି

ବି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।

ବିରୋଧୀ ଦଳ ନେତା ନବୀନ

ପଟ୍ଟନାୟକ କହିଛନ୍ତି ଯେ, ମହାତ୍ମାଗାନ୍ଧୀଙ୍କୁ ଗାନ୍ଧୀଜୟନ୍ତୀ ଅବସରରେ ବିନମ୍ର

ଶ୍ରଦ୍ଧାଞ୍ଜଳି। ଶାନ୍ତି ଓ ଅହିଂସାର ମହାନ ପ୍ରବକ୍ତା ଭାବେ ତାଙ୍କର ପରିଚୟ ଅତୁଳନୀୟ। ଅହିଂସାର

ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଅମର ଆଦର୍ଶ ଜାତି, ଧର୍ମ ଓ ଦେଶର ସୀମାକୁ ଅତିକ୍ରମ କରିଛି। ଅହିଂସା, ଶାନ୍ତି,

ସହନଶୀଳତା ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ତାଙ୍କର ଅଟଳ ସମର୍ପଣର

ବାର୍ତ୍ତା ଆଗାମୀ ପିଢ଼ିମାନଙ୍କୁ ନିରନ୍ତର ପ୍ରେରଣା ଯୋଗାଇ ଚାଲିବ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ

ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପୂଜ୍ୟ ବାପୁ ମହାତ୍ମା

ଗାନ୍ଧୀଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି। ମହାତ୍ମା ଗାନ୍ଧୀଜୀଙ୍କ

ଜୀବନ ସ୍ୱରାଜ, ସ୍ୱଦେଶୀ, ସ୍ୱଚ୍ଛତା ଓ ଆତ୍ମନିର୍ଭରତା ମାଧ୍ୟମରେ ଏକ ସଶକ୍ତ ସମାଜ ଗଠନର

ବାର୍ତ୍ତା ଦେଇଥାଏ। ବାପୁଙ୍କ ବିଚାର ଦେଶବାସୀଙ୍କୁ ସର୍ବଦା ରାଷ୍ଟ୍ର ନିର୍ମାଣ ପାଇଁ ପ୍ରେରିତ

କରିଚାଲିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande