
ଭୁବନେଶ୍ୱର, ୨ ଅକ୍ଟୋବର (ହି.ସ) - ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ଖୁବଶୀଘ୍ର
ହେବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ଯେ, ଗୃହ
ମନ୍ତ୍ରୀ ଅମିତ୍ଶାହ ବୈଠକ ଡକାଇ ଆଲୋଚନା କରିଛନ୍ତି ।ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ
ବୈଠକ ହୋଇଛି ।ଏହି ପ୍ରସଙ୍ଗରେ ଆଇନଗତ ଓ ରାଜନୈତିକ ସ୍ତରରେ ମଧ୍ୟ ଲମ୍ବା ପ୍ରକ୍ରିୟା
ଚାଲିଆସିଛି।ଏବେ ଏହି ‘ନେଭର ଏଣ୍ଡିଂ’ ପ୍ରୋସେସ୍କୁ ଶେଷ କରିବା ପାଇଁ ଉଦ୍ୟମ ଆରମ୍ଭ
କରିଛନ୍ତି ଗୃହମନ୍ତ୍ରୀ।ଦୀର୍ଘଦିନର ସମସ୍ୟାର ସମାଧାନ ନିଶ୍ଚିତ ଭାବରେ ହେବ ବୋଲି ବିଜେପି ରାଜ୍ୟ
ସଭାପତି ମନମୋହନ ସାମଲ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା