
ଭୁବନେଶ୍ୱର, 02 ଅକ୍ଟୋବର (ହି.ସ.)- ଆଜି
ଭୁବନେଶ୍ୱରସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ, ପଟିଆ ଠାରେ ଭାରତୀୟ ଯୋଗ ସଂସ୍ଥାନ ଦ୍ୱାରା ଆୟୋଜିତ ୬୦ତମ ଯୋଗ ଦିବସ
ସମାରୋହରେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଅବସରରେ ମନ୍ତ୍ରୀ
କହିଛନ୍ତି ଯେ, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ଏହା ମନ, ଶରୀର ଓ ଆତ୍ମାକୁ ଏକତ୍ରିତ କରି ଶାନ୍ତି ଓ ସନ୍ତୁଳନ ଆଣିଥାଏ। ଭାରତର ଏହି ସନାତନ ଜ୍ଞାନ ଓ
ସଂସ୍କୃତି ଆଜି ସମଗ୍ର ବିଶ୍ୱରେ ସୁସ୍ଥ ଜୀବନଶୈଳୀର ପ୍ରତୀକ ପାଲଟିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା