ଐତିହାସିକ ପାରଳାଖେମୁଣ୍ଡି ସହରର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର, ୨ ଅକ୍ଟୋବର (ହି.ସ) - ଐତିହାସିକ ପାରଳାଖେମୁଣ୍ଡି ସହରର ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପତ୍ର ଲେଖି ଜରୁରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛ
ଐତିହାସିକ ପାରଳାଖେମୁଣ୍ଡି ସହରର     ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ


ଭୁବନେଶ୍ୱର, ୨ ଅକ୍ଟୋବର (ହି.ସ) -

ଐତିହାସିକ ପାରଳାଖେମୁଣ୍ଡି ସହରର ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପତ୍ର ଲେଖି

ଜରୁରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ।

ଚିଠିରେ ସେ ଟ୍ରାଫିକ ସମସ୍ୟାର

ସ୍ଥାୟୀ ସମାଧାନ ପାଇଁ ୨୦୦ ବଖରା ବିଶିଷ୍ଟ ଆଧୁନିକ ମାର୍କେଟ କମ୍ପ୍ଲେକ୍ସର ତୁରନ୍ତ ମଞ୍ଜୁରୀ ଏବଂ

୧୧୧ ଜଣ ଉଠା ଦୋକାନୀଙ୍କୁ ପ୍ରାଥମିକତା ଭିତ୍ତିରେ ଥଇଥାନ, ୨୦୧୭-୧୮ରୁ ଅଟକି ରହିଥିବା ପାରଳାଖେମୁଣ୍ଡି ରିଙ୍ଗ ରୋଡ୍

(ଅଗ୍ନିଶମ କେନ୍ଦ୍ର ନିକଟରୁ ପ୍ରାୟ ୫ କିମି) ଏବଂ ବାଇପାସ୍ ରୋଡ୍ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା

ପାଇଁ ପୂର୍ତ୍ତ ବିଭାଗ ଓ ନଗର ଉନ୍ନୟନ ବିଭାଗ ମଧ୍ୟରେ ଉଚ୍ଚସ୍ତରୀୟ ସମନ୍ୱୟ, ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା, ଜଳସେଚନ ଓ ପର୍ଯ୍ୟଟନ ପାଇଁ ରାମ ସାଗର, ସୀତା ସାଗର ଓ କୃଷ୍ଣ ସାଗରର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ପାଇଁ

ଦାବି କରିଛନ୍ତି ।

ଏହାସହିତ ଓଡ଼ିଶା ପ୍ରଦେଶ ଗଠନର

କେନ୍ଦ୍ରବିନ୍ଦୁ ଥିବା ଐତିହାସିକ ଗଜପତି ରାଜପ୍ରାସାଦର ସଂରକ୍ଷଣ ଓ ସଦୁପଯୋଗ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା

କୃଷ୍ଣଚନ୍ଦ୍ର ଗଜପତିଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ 'ମହାରାଜା କୃଷ୍ଣଚନ୍ଦ୍ର ଗଜପତି ରେଳ ଷ୍ଟେସନ' ନାମରେ ନାମିତ କରିବାକୁ ସୁପାରିଶ ଓ ପୌରପାଳିକାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ

କରିବା ପାଇଁ ତୁରନ୍ତ ମ୍ୟୁନିସିପାଲିଟି ଇଞ୍ଜିନିୟର (ଏମଇ) ଏବଂ ଜୁନିୟର ଇଞ୍ଜିନିୟର (ଜେଇ)ନିଯୁକ୍ତି ପାଇଁ ଅନୁରୋଧ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande