ଶିଶୁ ମହୋତ୍ସବ ସୁରଭି ପାଳିତ
ଜୟପୁର, ୨ ଅକ୍ଟୋବର (ହି.ସ.)-କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନୂଆଗାଁ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୬ ଆନନ୍ଦ ଓ ଉତ୍ସାହ ର ସହ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ କ୍ଲଷ୍ଟରର ୧୪ ଗୋଟି ବିଦ୍ୟାଳୟ ରୁ ୨୦୦ ଜଣ ଛାତ୍ରଛାତ୍ରୀ ଶିକ୍ଷକ,
ଶିଶୁ ମହୋତ୍ସବ ସୁରଭି ପାଳିତ


ଜୟପୁର, ୨ ଅକ୍ଟୋବର (ହି.ସ.)-କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନୂଆଗାଁ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୬ ଆନନ୍ଦ ଓ ଉତ୍ସାହ ର ସହ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ କ୍ଲଷ୍ଟରର ୧୪ ଗୋଟି ବିଦ୍ୟାଳୟ ରୁ ୨୦୦ ଜଣ ଛାତ୍ରଛାତ୍ରୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅତିଥିମାନେ ଯୋଗ ଦେଇଥିଲେ। ଏହି ଉତ୍ସବର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଶିଶୁ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ଅଭିବୃଦ୍ଧି ଏବଂ ସେମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ।ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ତଥା ସୃଜନଶୀଳ ଲିଖନ, ଚିତ୍ରାଙ୍କନ, ସଂଗୀତ, ବକୃତା, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତିଲିଖନ, ପ୍ରବନ୍ଧ ଲିଖନ, କୁଇଜ୍,ପି.ଏମ.ପୋଷଣ- ଚିତ୍ର କଳା, ଶିଳ୍ପ କଳା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ମାନେ ଶିଶୁ ମାନଙ୍କ ସାମଗ୍ରିକ ବିକାଶ, ଗୁଣାତ୍ମକ ଶିକ୍ଷା ଏବଂ ସେମାନଙ୍କ ମଧ୍ୟରେ ଥିବା ସୃଜନଶୀଳ ଶକ୍ତି ର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଶିଶୁ ମାନଙ୍କ ମନରେ ଆତ୍ମ ବିଶ୍ବାସ, ସହଯୋଗ ଓ ପ୍ରତିଯୋଗିତା ମୂଳକ ମନୋଭାବ ସୃଷ୍ଟି କରିବାରେ ସୁରଭିଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ମତ ପ୍ରକାଶ ପାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ନୂଆଗାଁ କ୍ଲଷ୍ଟର ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ସଂଘର ଯୁଗ୍ମ ସମ୍ପାଦକ ଏନ୍.କାମେଶ୍ବର ରାଓ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଭୂରିଭୁରି ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande