ଲାଲ ବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 02 ଅକ୍ଟୋବର (ହି.ସ.)- ଲାଲ ବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଲାଲ
ଲାଲ ବାହାଦୂର ଶାସ୍ତ୍ରୀ


ଭୁବନେଶ୍ୱର, 02 ଅକ୍ଟୋବର (ହି.ସ.)- ଲାଲ ବାହାଦୁର

ଶାସ୍ତ୍ରୀଜୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ,

ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।

ରାଜ୍ୟପାଳ ଡ.ହରିବାବୁ

କମ୍ଭମପତି ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଲାଲ ବାହାଦୁର

ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ଆମେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

କରୁଛୁ। ତାଙ୍କର ସରଳତା, ସଚ୍ଚୋଟତା

ଏବଂ ଦେଶ ପ୍ରତି ଅଟଳ ସମର୍ପଣ ଆଜି ମଧ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି। ତାଙ୍କର

‘ଜୟ ଯବାନ,

ଜୟ କିସାନ’ ଆହ୍ୱାନ ଭାରତର ଶକ୍ତି ଓ ଉତ୍ସାହ ପ୍ରତି ଏକ କାଳଜୟୀ

ଶ୍ରଦ୍ଧାଞ୍ଜଳି ଭାବେ ଆଜି ମଧ୍ୟ ସ୍ମରଣୀୟ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ

ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ। ତାଙ୍କର ସରଳ ଜୀବନାଦର୍ଶ, ସ୍ୱଦେଶୀ ଚିନ୍ତାଧାରା ଓ ନିଷ୍ଠାପର ନେତୃତ୍ୱ ଦେଶକୁ ପ୍ରଗତିର

ମାର୍ଗରେ ଆଗେଇ ନେବା ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।

ଏକ୍ସ ହ୍ୟାଣ୍ଡେଲରେ ଏକ

ବାର୍ତ୍ତା ଜାରି କରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ତାଙ୍କ ଜୟନ୍ତୀ

ଅବସରରେ ଆମେ ନମ୍ରତା, ସଚ୍ଚୋଟତା

ଓ ଅଦମ୍ୟ ସଙ୍କଳ୍ପର ପ୍ରତୀକ ଲାଲ ବାହାଦୁର ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାର ସହ ନମନ କରୁଛୁ।

ତାଙ୍କର ‘ଜୟ ଯବାନ, ଜୟ

କିସାନ’ ଆହ୍ୱାନ ଆଜି ମଧ୍ୟ ଭାରତର ଆତ୍ମା ଭାବେ ପ୍ରତିଧ୍ୱନିତ ହେଉଛି। ଏହା ଆମକୁ ମନେ ପକାଇ

ଦିଏ ଯେ,

ଆମ ଯବାନମାନଙ୍କର ସାହସ ଓ କୃଷକମାନଙ୍କର ପରିଶ୍ରମ ହେଉଛି ଦେଶର

ପ୍ରଗତିର ଦୁଇଟି ମୁଖ୍ୟ ସ୍ତମ୍ଭ। ଏହି ଦୂରଦର୍ଶୀ ରାଷ୍ଟ୍ରନାୟକଙ୍କୁ ଓଡ଼ିଶା ପକ୍ଷରୁ ହୃଦୟରୁ

ଶ୍ରଦ୍ଧାଞ୍ଜଳି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଦେଶର ପୂର୍ବତନ

ପ୍ରଧାନମନ୍ତ୍ରୀ, ‘ଭାରତ ରତ୍ନ’ ଲାଲ ବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ବିନମ୍ର

ପ୍ରଣାମ ।ତାଙ୍କର ‘ଜୟ ଯବାନ, ଜୟ କିଷାନ’ର ଅମର ଆହ୍ୱାନ ଆଜି ମଧ୍ୟ ଦେଶର ସୁରକ୍ଷାରେ ନିୟୋଜିତ

ଯବାନ ଓ ଦେଶର ଅନ୍ନଦାତା କୃଷକଙ୍କ ପ୍ରତି ଆମ କର୍ତ୍ତବ୍ୟ ଓ ସମ୍ମାନକୁ ମନେ ପକାଇଦିଏ। ସରଳତା, ସତ୍ୟନିଷ୍ଠା

ଓ ରାଷ୍ଟ୍ରସେବାର ତାଙ୍କ ଜୀବନାଦର୍ଶ ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତର ପୂର୍ବତନ

ପ୍ରଧାନମନ୍ତ୍ରୀ, ଭାରତ ରତ୍ନ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ଭକ୍ତିପୂତ

ଶ୍ରଦ୍ଧାଞ୍ଜଳି। ଶାସ୍ତ୍ରୀଜୀଙ୍କ ଜୟ ଯବାନ୍,

ଜୟ କିଷାନ୍ ଆହ୍ୱାନ ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ

ଦେଶପ୍ରେମର ଶିହରଣ ସୃଷ୍ଟି କରେ। ଦେଶର ସୁରକ୍ଷା ଓ କୃଷି କ୍ଷେତ୍ରର ଅଭିବୃଦ୍ଧି ପାଇଁ ତାଙ୍କର

ଅତୁଳନୀୟ ଯୋଗଦାନ ସଦାସର୍ବଦା ସ୍ମରଣୀୟ।

ବିରୋଧୀ ଦଳ ନେତା ନବୀନ

ପଟ୍ଟନାୟକ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପୂର୍ବତନ

ପ୍ରଧାନମନ୍ତ୍ରୀ, ସ୍ୱାଧୀନତା

ସଂଗ୍ରାମୀ ଓ ରାଷ୍ଟ୍ରନାୟକ ଲାଲ ବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ବିନମ୍ର

ଶ୍ରଦ୍ଧାଞ୍ଜଳି। ସରଳତା, ସାଧାରଣ

ଜୀବନରେ ସଚ୍ଚୋଟତା ଏବଂ ଦେଶସେବା ପ୍ରତି ନିଷ୍ଠା ପାଇଁ ସେ ପରିଚିତ ଥିଲେ। ତାଙ୍କର ‘ଜୟ ଯବାନ, ଜୟ କିସାନ’ ଆହ୍ୱାନ ଆଗାମୀ ଦିନରେ ମଧ୍ୟ ଆମକୁ ମାର୍ଗଦର୍ଶନ

କରିଚାଲିବ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ

ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ, ‘ଭାରତ ରତ୍ନ’ ଲାଲ ବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ କୋଟି

କୋଟି ନମନ। ‘ଜୟ ଯବାନ, ଜୟ

କିସାନ’ ତାଙ୍କର ଅମର ମନ୍ତ୍ର ଆଜି ମଧ୍ୟ ଦେଶର ସୁରକ୍ଷା ଏବଂ ଅନ୍ନଦାତାଙ୍କ ପ୍ରତି ସମ୍ମାନର

ଭାବନା ଜାଗ୍ରତ କରୁଛି। ଲାଲ ବାହାଦୁର ଶାସ୍ତ୍ରୀଜୀଙ୍କ ଜୀବନ ଆମକୁ ନିରନ୍ତର ରାଷ୍ଟ୍ରସେବା

ପାଇଁ ପ୍ରେରଣା ଯୋଗାଇ ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande