ବାଂଲାଦେଶରେ ଦୁର୍ଗା ମଣ୍ଡପକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ପରିବାର, ପୁଅ, ଝିଅର ମୃତ୍ୟୁ, ପିତାମାତା, ଡ୍ରାଇଭର ଆହତ
ଢାକା (ବାଂଲାଦେଶ), ଅକ୍ଟୋବର ୨୦ (ହି.ସ.)। ଦେଶରେ ବିଜୟାଦଶମୀର ପୂର୍ବ ସନ୍ଧ୍ୟାରେ ଶାରଦୀୟ ନବରାତ୍ରି ଅବସରରେ ସଜାଯାଇଥିବା ମା’ ଦୁର୍ଗାଙ୍କ ପୂଜା ମଣ୍ଡପ ଦେଖିବାକୁ ଯାଉଥିବା ଏକ ପରିବାର ଦୁର୍ଘଟଣାର ଶିକାର ହୋଇଛି। ଏହି ସଡ଼କ ଦୁର୍ଘଟଣାରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇ ଶିଶୁ ସମ୍ପର୍କରେ
सांकेतिक।


ଢାକା (ବାଂଲାଦେଶ), ଅକ୍ଟୋବର ୨୦ (ହି.ସ.)। ଦେଶରେ ବିଜୟାଦଶମୀର ପୂର୍ବ ସନ୍ଧ୍ୟାରେ ଶାରଦୀୟ ନବରାତ୍ରି ଅବସରରେ ସଜାଯାଇଥିବା ମା’ ଦୁର୍ଗାଙ୍କ ପୂଜା ମଣ୍ଡପ ଦେଖିବାକୁ ଯାଉଥିବା ଏକ ପରିବାର ଦୁର୍ଘଟଣାର ଶିକାର ହୋଇଛି। ଏହି ସଡ଼କ ଦୁର୍ଘଟଣାରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇ ଶିଶୁ ସମ୍ପର୍କରେ ଭାଇ ଓ ଭଉଣୀ ଥିଲେ। ପୁଲିସ ଏହି ଘଟଣାର ପୁଷ୍ଟି କରିଛି।

‘ଢାକା ଟ୍ରିବ୍ୟୁନ୍’ର ରିପୋର୍ଟ ଅନୁଯାୟୀ, ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଯଶୋର କ୍ୟାଣ୍ଟନମେଣ୍ଟ କଲେଜର ଶିକ୍ଷକ ସାଧନ କୁମାର ତାଙ୍କ ପତ୍ନୀ ଓ ଦୁଇ ସନ୍ତାନଙ୍କ ସହ ଏକ ଭଡ଼ା ଭ୍ୟାନ୍ରେ ସୋମବାର ସନ୍ଧ୍ୟାରେ ଦୁର୍ଗାପୂଜା ମଣ୍ଡପରେ ସଜାଯାଇଥିବା ମୂର୍ତ୍ତିଗୁଡ଼ିକୁ ଦେଖିବାକୁ ଯାଉଥିଲେ। ଏହି ସମୟରେ ଯଶୋର ଜିଲ୍ଲାର ଝିକରଗାଛା ଉପଜିଲ୍ଲା ଅନ୍ତର୍ଗତ ମାଗୁରା ୟୁନିୟନର ଫୁଲତଲା ଅଞ୍ଚଳରେ କାଉନସିଲ୍ ରୋଡ୍ରେ ଗୋରୁ ବୋଝେଇ ଏକ ଗାଡ଼ି ଭ୍ୟାନ୍ ଉପରେ ଓଲଟି ପଡ଼ିଥିଲା। ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା।

ପୁଲିସର ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ସାଧନ କୁମାରଙ୍କ ୧୦ ବର୍ଷୀୟ ପୁଅ ଶୋଭନ ଏବଂ ୩ ବର୍ଷୀୟ ଝିଅ ଦିଶାଙ୍କ ମୃତ୍ୟୁ ହୋଇଛି। ସାଧନ ଏହି ଉପଜିଲ୍ଲାର ମିଶ୍ରିଡେରା ଗ୍ରାମର ବାସିନ୍ଦା। ଝିକରଗାଛା ଥାନାର ଭାରପ୍ରାପ୍ତ ଅଧିକାରୀ ଗୋଲାମ କିବରିଆ ହାସନ ଏହି ଘଟଣାର ପୁଷ୍ଟି କରିଛନ୍ତି।

ସେ କହିଛନ୍ତି ଯେ ଦୁର୍ଘଟଣାରେ ସାଧନ କୁମାର, ତାଙ୍କ ପତ୍ନୀ, ଭ୍ୟାନ୍ ଚାଳକ ଏବଂ ଭ୍ୟାନ୍ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଚାଳକଙ୍କୁ ଯଶୋର ଜେନେରାଲ୍ ହସ୍ପିଟାଲ୍କୁ ନିଆଯାଇଛି। ମୃତ ଦୁଇ ଶିଶୁଙ୍କ ମୃତଦେହ ଝିକରଗାଛା ଉପଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande