ଏସୀୟ ପାରା ଗେମ୍ସ: ବେବି ସାହାନା ରବି ଇତିହାସ ସୃଷ୍ଟି କଲେ, ମହିଳା ସିଙ୍ଗଲ୍ସ ବର୍ଗ-9 ରେ ଜିତିଲେ ବ୍ରୋଞ୍ଜ
ଆଇଚି-ନାଗୋୟା, ଅକ୍ଟୋବର ୨୦ (ହି.ସ.)। ଭାରତର ଯୁବ ପାରା ଟେବୁଲ୍ ଟେନିସ୍ ଖେଳାଳି ବେବି ସହାନା ରବି ଏସୀୟ ପାରା କ୍ରୀଡ଼ା-୨୦୨୬ରେ ଇତିହାସ ରଚିଛନ୍ତି। ଖେଲୋ ଇଣ୍ଡିଆର ଏହି ଖେଳାଳି ମହିଳା ଏକକ ବର୍ଗ-୯ରେ କାଂସ୍ୟ ପଦକ ଜିତିଛନ୍ତି। ଏହା ସହିତ ସେ ଏସୀୟ ପାରା କ୍ରୀଡ଼ାରେ ଠିଆ ହୋଇ ଖେଳାଯାଉଥିବା ବର୍ଗର
भारत की युवा पैरा टेबल टेनिस खिलाड़ी बेबी सुहाना रवि


ଆଇଚି-ନାଗୋୟା, ଅକ୍ଟୋବର ୨୦ (ହି.ସ.)। ଭାରତର ଯୁବ ପାରା ଟେବୁଲ୍ ଟେନିସ୍ ଖେଳାଳି ବେବି ସହାନା ରବି ଏସୀୟ ପାରା କ୍ରୀଡ଼ା-୨୦୨୬ରେ ଇତିହାସ ରଚିଛନ୍ତି। ଖେଲୋ ଇଣ୍ଡିଆର ଏହି ଖେଳାଳି ମହିଳା ଏକକ ବର୍ଗ-୯ରେ କାଂସ୍ୟ ପଦକ ଜିତିଛନ୍ତି। ଏହା ସହିତ ସେ ଏସୀୟ ପାରା କ୍ରୀଡ଼ାରେ ଠିଆ ହୋଇ ଖେଳାଯାଉଥିବା ବର୍ଗରେ ଭାରତ ପାଇଁ ପଦକ ଜିତିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ତାଙ୍କର ଏହି ସଫଳତା ସହ ପ୍ରତିଯୋଗିତାରେ ଭାରତର ପାରା ଟେବୁଲ୍ ଟେନିସ୍ ପଦକ ସଂଖ୍ୟା ୩ରେ ପହଞ୍ଚିଛି। ଏହା ପୂର୍ବରୁ ଆଜି ଭାବିନା ଓ ସୋନଲବେନ କାଂସ୍ୟ ପଦକ ଜିତିଥିଲେ।

ମଙ୍ଗଳବାର ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍ରେ ସହାନାଙ୍କୁ ଚୀନ୍ର ଅଭିଜ୍ଞ ଖେଳାଳି ତଥା ଏକାଧିକ ଆନ୍ତର୍ଜାତୀୟ ଟାଇଟଲ୍ ବିଜୟିନୀ ମାଓ ଜିଙ୍ଗଦିଆନ୍ଙ୍କ ବିପକ୍ଷରେ ୦-୩ରେ ପରାସ୍ତ ହେବାକୁ ପଡ଼ିଥିଲା। ମାଓ ଏହି ମ୍ୟାଚ୍କୁ ୧୧-୮, ୧୧-୨, ୧୧-୪ରେ ଜିତିଥିଲେ। ତେବେ ସେମିଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିବାରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ସହାନା କାଂସ୍ୟ ପଦକ ହାସଲ କରିଥିଲେ।

ତାମିଲନାଡୁର ହୋସୁରର ବାସିନ୍ଦା ସହାନା ୨୦୧୪ରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସମୟରେ ଟେବୁଲ୍ ଟେନିସ୍ ଖେଳିବା ଆରମ୍ଭ କରିଥିଲେ। ୨୦୧୫ରେ ସେ ନିଜର ପ୍ରାରମ୍ଭିକ ପ୍ରଶିକ୍ଷକ ରାଜ ଅରବିନ୍ଦନ ଅଲଗାରଙ୍କ ମାର୍ଗଦର୍ଶନରେ ଅଭ୍ୟାସ ଆରମ୍ଭ କରିଥିଲେ। ଖେଳକୁ ପୂର୍ଣ୍ଣ ସମୟ ଦେବା ପାଇଁ ସେ ନବମ ଶ୍ରେଣୀ ପରେ ନିୟମିତ ବିଦ୍ୟାଳୟ ଶିକ୍ଷା ଛାଡ଼ିଥିଲେ। ପରେ ଜାତୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ ମାଧ୍ୟମରେ ପାଠପଢ଼ା ଜାରି ରଖିବା ସହ ପ୍ରଶିକ୍ଷଣ ଉପରେ ଧ୍ୟାନ ଦେଇଥିଲେ।

୨୦୨୨ରେ ବର୍ମିଂହାମ୍ଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ପ୍ରଥମ ଥର ପାଇଁ ବରିଷ୍ଠ ବହୁ-କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେହି ବର୍ଷ ହାଙ୍ଗଝୋଉଠାରେ ଆୟୋଜିତ ଏସୀୟ ପାରା କ୍ରୀଡ଼ାରେ ସେ ପଞ୍ଚମ ସ୍ଥାନ ହାସଲ କରିଥିଲେ। ସେପ୍ଟେମ୍ବର ୨୦୨୨ରେ ସେ ଚେନ୍ନାଇସ୍ଥିତ ଏସ୍ଡିଏଟି-ଏକେଜି ଟେବୁଲ୍ ଟେନିସ୍ ବିକାଶ କେନ୍ଦ୍ର ସହ ଯୋଡ଼ି ହୋଇଥିଲେ। ସେଠାରେ ପୂର୍ବତନ ଭାରତୀୟ ଖେଳାଳି ଅଚନ୍ତ ଶରତ କମଲଙ୍କ ପୂର୍ବତନ ପ୍ରଶିକ୍ଷକ ମୁରଲୀଧର ରାଓଙ୍କ ମାର୍ଗଦର୍ଶନରେ ସେ ପ୍ରଶିକ୍ଷଣ ନେଉଛନ୍ତି।

ସହାନା ୨୦୨୪ର ବିଶ୍ୱ ଏବିଲିଟିସ୍ପୋର୍ଟ ଯୁବ କ୍ରୀଡ଼ାରେ ମହିଳା ଏକକ ବର୍ଗ-୯ରେ ସ୍ୱର୍ଣ୍ଣ ଏବଂ ମିଶ୍ରିତ ଯୁଗଳରେ ରୌପ୍ୟ ପଦକ ଜିତିଥିଲେ। ସେହିପରି ୨୦୨୫ର ଯୁବ ଏସୀୟ ପାରା କ୍ରୀଡ଼ାରେ ମହିଳା ଏକକ ଅଣ୍ଡର-୨୩ ବର୍ଗ-୯ରେ ସ୍ୱର୍ଣ୍ଣ ଏବଂ ମିଶ୍ରିତ ଯୁଗଳ ଅଣ୍ଡର-୨୩ ବର୍ଗ-୨୦ରେ ରୌପ୍ୟ ପଦକ ହାସଲ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande