
ଭୁବନେଶ୍ୱର, 20 ଅକ୍ଟୋବର (ହି.ସ.)- ଆରଏସଏସର
ପ୍ରତିଷ୍ଠା ଦିବସରେ ସମସ୍ତ ସ୍ୱୟଂସେବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
(ଆରଏସଏସ)ର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ସ୍ୱୟଂସେବକଙ୍କୁ ହାର୍ଦ୍ଦିକ
ଶୁଭେଚ୍ଛା।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ରାଷ୍ଟ୍ର ସେବା, ଶୃଙ୍ଖଳା, ସମର୍ପଣ
ଓ ରାଷ୍ଟ୍ରୀୟ ଏକତାର ମହାନ ଆଦର୍ଶକୁ ପାଥେୟ କରି ସଂଘ ଏକ ସଶକ୍ତ, ସଂସ୍କାରିତ ଓ ଆତ୍ମନିର୍ଭର ଭାରତ ଗଠନ ଦିଗରେ ନିରନ୍ତର କାର୍ଯ୍ୟ
କରିଆସୁଛି । ରାଷ୍ଟ୍ର ପ୍ରତି ସମର୍ପଣ ଓ ସମାଜ ସେବାର ଏହି ମହାନ ଭାବନା ଆମ ସମସ୍ତଙ୍କୁ ନୂତନ
ଉତ୍ସାହ ଓ ପ୍ରେରଣା ପ୍ରଦାନ କରୁ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ