
ଗଞାମ, 22 ଅକ୍ଟୋବର (ହି.ସ.) ୨୨.୨୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଠକେଇ ମାମଲାରେ ବାପ-ପୁଅ ଗିରଫ । ଗତକାଲି ସୁନା ଅଳଙ୍କାର ଠକେଇ ମାମଲାରେ ବଡ଼ବଜାର ପୋଲିସ ବାପ-ପୁଅଙ୍କୁ ଗିରଫ କରିଛି। ବେଙ୍ଗାଲୁରୁରୁ ଜଣକୁ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଇଛି।
୧୫.୦୫.୨୬ରେ ଅନ୍ଧାବରାପୁ ଗୌରୀ ଶଙ୍କର ଅଭିଯୋଗ କରିଥିଲେ ଯେ ୦୧.୧୧.୨୦୨୫ରେ ସେ ମେସର୍ସ ମିଲନ ଅର୍ଣାମେଣ୍ଟସ, ପାଣିଗ୍ରାହୀ ପେଣ୍ଠ, ବଡ଼ବଜାରକୁ ୨୨ କ୍ୟାରେଟ ସୁନା ଗହଣା ମୂଲ୍ୟ ୨୨,୨୩,୭୫୦ ଟଙ୍କା ଯୋଗାଇଥିଲେ। ପ୍ରତିବଦଳରେ ଦିଆଯାଇଥିବା ଚେକ୍ ବାଉନ୍ସ ହୋଇଥିଲା। ଅଭିଯୁକ୍ତ ମିଥ୍ୟା ବାହାନା କରି ଟଙ୍କା ଦେଲେନି, ଫେରାର ହୋଇଗଲେ ଓ ଫୋନରେ ଅଶ୍ଳୀଳ ଗାଳି ଓ ହତ୍ୟା ଧମକ ଦେଲେ। ଏନେଇ ବଡ଼ବଜାର କେସ ନଂ ୩୧୩/୧୫.୦୫.୨୬ ଧାରା ୩୧୮(୨), ୩୧୬(୨), ୨୯୬, ୩୫୧(୨), ୩(୫) ବିଏନଏସରେ ମାମଲାରୁଜୁକରାଯାଇଛି।
--------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ