
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ଆୟବହିର୍ଭୂତ
ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ବଡ଼ଚଣା ଆର୍ ଆଣ୍ଡ୍ ବି ଉପଖଣ୍ଡର ସହକାରୀ
କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରିଛି ।
ଆୟ ବହିର୍ଭୁତ ସପଂତି ଠୁଳ
କରିଥିବା ଅଭିଯୋଗରେ ଯାଜପୁର ଜିଲ୍ଲାର ବଡ଼ଚଣାସ୍ଥିତ ଆର୍ ଆଣ୍ଡ୍ ବି ଉପଖଣ୍ଡର ସହକାରୀ କାର୍ଯ୍ୟନିର୍ବାହୀ
ଯନ୍ତ୍ରୀ (ଏଏଇ) ତପନ ସେଠୀଙ୍କ ବିଭିନ୍ନ ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ
କରାଯାଉଛି।
କଟକ ଜିଲ୍ଲାର
ଚୌଦ୍ୱାରସ୍ଥିତ ଚାରବାଟିଆ ଆର୍ ଆଣ୍ଡ୍ ବି ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ
କାର୍ଯ୍ୟରତ ଶ୍ରୀ ସେଠୀଙ୍କ ସମ୍ପତ୍ତି ଯାଞ୍ଚ ପାଇଁ କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ
ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି। ଏହି ଅଭିଯାନରେ ୩ ଜଣ ଅତିରିକ୍ତ
ଏସ୍ପି,
୬ ଜଣ ଡିଏସ୍ପି, ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।
ଭିଜିଲାନ୍ସ ପକ୍ଷରୁ ୭ଟି
ସ୍ଥାନରେ ଚଢ଼ାଉ କରାଯାଉଛି।କଟକ ସିଡିଏ ସେକ୍ଟର-୭ର ପ୍ଲଟ୍ ନମ୍ବର ଏଫ୍/୭୭୯ରେ ଥିବା ତିନି ମହଲା
କୋଠା, ପୁରୀ ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନି ମହଲା କୋଠା, କଟକ
ଜିଲ୍ଲା କଣ୍ଟାପଡ଼ାରେ ଥିବା ଫାର୍ମ ହାଉସ୍ ଏବଂ ଏକ ସିମ୍ପ୍ଲେକ୍ସ, ପୁରୀ ଜିଲ୍ଲା କୋଣାର୍କ
ଥାନା ଅନ୍ତର୍ଗତ ତାଙ୍କ ନିଜ ଗ୍ରାମ ଝିଙ୍କିରିଆରେ ଥିବା ଦୁଇ ମହଲା ଘର, କଟକ ୪୨ ମୌଜା
ଅନ୍ତର୍ଗତ ଶିବ ମନ୍ଦିର ନିକଟସ୍ଥ ବନ୍ତୁଣିଆରେ ଥିବା ତାଙ୍କ ଶ୍ୱଶୁର ଘର, ଭୁବନେଶ୍ୱର
କଣ୍ଟାବାଡ଼ରେ ଥିବା ଦୁଇ ମହଲା କୋଠା, ଯାଜପୁର: ବଡ଼ଚଣାସ୍ଥିତ ଆର୍ ଆଣ୍ଡ୍ ବି ଉପଖଣ୍ଡ
କାର୍ଯ୍ୟାଳୟରେ ଥିବା ଶ୍ରୀ ସେଠୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଚଢାଉ କରାଯାଇଛି । ଚଢ଼ାଉ
ସମୟରେ ମିଳୁଥିବା ସମ୍ପତ୍ତି, ଆର୍ଥିକ କାରବାର ଏବଂ ଅନ୍ୟାନ୍ୟ ଦସ୍ତାବିଜ୍ର ଯାଞ୍ଚ ପରେ ଅଧିକ ତଥ୍ୟ ଜଣାପଡ଼ିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା