
ଗଂଜାମ, 22 ଅକ୍ଟୋବର (ହି.ସ.)ଦଶହରା ଦୁର୍ଗାପୂଜା ଉତ୍ସବ ସରିଛି । ଆଜିଠାରୁ ଭସାଣି ଉତ୍ସବ ଆରମ୍ଭ । ଅନ୍ୟ ପକ୍ଷରେ ଏବେ ପୁଲିସ ର ଦାୟିତ୍ୱ ବଢିଯାଇଯାଇଛି।ଭସାଣି ପଟୁଆରବେଳେ ବିଭିନ୍ନ ଅଂଚଳରେ ବାଣଫୁଟାଇବାଓ ଉଚ୍ଚ ସ୍ୱରରେ ଡିଜେ ବଢାଇବାକୁ କେନ୍ଦ୍ର କରିପାଟିତୁଣ୍ଡ ମାଡପିଟ ଓ ହଣାକଟା ଘଟିଥିବା ନଜିର ରହିଛି। ପୁଲିସ ବିଭାଗ ପକ୍ଷରୁ ସେମାନ ଥାନା ଅଂଚର ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ବାଣ ଫୁଟାଇବା ଓ ଡିଜେ ବଜାଇବା ପାଇଁ କଡା ନିୟନ୍ତଣ ବ୍ଯବସ୍ଥା ଗ୍ରହଣର ଆବଶ୍ୟକତା ରହିଛି । ଗତ ଗଣେଷପୂଜା ଭଷାଣିବେଳେ ହିଂଜିଳି କାଟୁ ପୁଲିସ ଥାନାର ପିତଳ ଅଂଚଳରେ ଉଚ୍ଚ ସ୍ୱରରେ ଡିଜେ ବଜାଇ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।ଏଣୁ ପୁଲିସ ପକ୍ଷରୁ ଏଥିପାଇଁ କଡା ନଜର ରଖିବାକୁ ସାଧାରଣରେ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ