ଭୋପାଳରେ ମତ୍ସ୍ୟ ନିବେଶକ ଏବଂ ରପ୍ତାନିକାରୀ ସମ୍ମିଳନୀ ଆଜି
ନୂଆଦିଲ୍ଲୀ, 23 ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆଜି ଅକ୍ଟୋବର ୨୩ ତାରିଖ ଶୁକ୍ରବାର ଦିନ ମତ୍ସ୍ୟ ନିବେଶକ ଏବଂ ରପ୍ତାନିକାରୀ ସମ୍ମିଳନୀ-୨୦୨୬ ଆୟୋଜିତ ହେବ। ଏହାର ଉଦ୍ଦେଶ୍ୟ ହେଉଛି ମତ୍ସ୍ୟଚାଷ କ୍ଷେତ୍ରରେ ନିବେଶର ସମ୍ଭାବନାକୁ ବିସ୍ତାର କରିବା, ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳକୁ
ଭୋପାଳରେ ମତ୍ସ୍ୟ ନିବେଶକ ଏବଂ ରପ୍ତାନିକାରୀ ସମ୍ମିଳନୀ ଆଜି


ନୂଆଦିଲ୍ଲୀ, 23 ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆଜି ଅକ୍ଟୋବର ୨୩ ତାରିଖ ଶୁକ୍ରବାର ଦିନ ମତ୍ସ୍ୟ ନିବେଶକ ଏବଂ ରପ୍ତାନିକାରୀ ସମ୍ମିଳନୀ-୨୦୨୬ ଆୟୋଜିତ ହେବ। ଏହାର ଉଦ୍ଦେଶ୍ୟ ହେଉଛି ମତ୍ସ୍ୟଚାଷ କ୍ଷେତ୍ରରେ ନିବେଶର ସମ୍ଭାବନାକୁ ବିସ୍ତାର କରିବା, ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ଏବଂ ମତ୍ସ୍ୟଜୀବୀ ଓ ମାଛଚାଷୀଙ୍କ ଆୟ ବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା। ଆଭ୍ୟନ୍ତରୀଣ ମତ୍ସ୍ୟଚାଷକୁ ନିବେଶ, ଆଧୁନିକ ପ୍ରକ୍ରିୟାକରଣ ସୁବିଧା ତଥା ଘରୋଇ ଏବଂ ଆନ୍ତର୍ଜାତୀୟ ବଜାର ସହ ଯୋଡ଼ିବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ସରକାରଙ୍କ ମତ୍ସ୍ୟ ବିଭାଗ ଏବଂ ଭାରତ ସରକାରଙ୍କ ମତ୍ସ୍ୟଚାଷ ବିଭାଗର ମିଳିତ ପଦକ୍ଷେପରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଏହି ସମ୍ମିଳନୀରେ ମାଛ ଉତ୍ପାଦନ ବୃଦ୍ଧି ସହିତ ମାଛର ପ୍ରକ୍ରିୟାକରଣ, ସଂରକ୍ଷଣ, ଶୀତଳ ଯୋଗାଣ ଶୃଙ୍ଖଳ, ପରିବହନ, ମୂଲ୍ୟବୃଦ୍ଧିଆଜଏବଂ ରପ୍ତାନି ବଜାର ପର୍ଯ୍ୟନ୍ତ ପହଂଚକୁ ଉନ୍ନତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଆଭ୍ୟନ୍ତରୀଣ ମତ୍ସ୍ୟଚାଷକୁ କେବଳ ଉତ୍ପାଦନରେ ସୀମିତ ନରଖି ଏକ ସମନ୍ୱିତ ତଥା ବଜାରଭିତିକ ବ୍ୟବସାୟ ଭାବେ ବିକଶିତ କରିବା ପାଇଁ ରଣନୀତି ଉପରେ ଆଲୋଚନା ହେବ।

ଏହି ସମ୍ମିଳନୀରେ ନିବେଶକ, ରପ୍ତାନିକାରୀ, ମତ୍ସ୍ୟଜୀବୀ, ମଧ୍ୟପ୍ରଦେଶର ବିଭିନ୍ନ ଅଂଚଳରୁ ଆସୁଥିବା ୧,୦୦୦ରୁ ଅଧିକ ମାଛଚାଷୀ, ମତ୍ସ୍ୟ ସମବାୟ ସମିତି, ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ (ଏଫ୍ଏଫ୍ପିଓ), ଉଦ୍ୟୋଗୀ, ଷ୍ଟାର୍ଟଅପ୍, ପ୍ରକ୍ରିୟାକରଣକାରୀ, ଆର୍ôଥକ ସଂସ୍ଥା, ଗବେଷଣା ସଂଗଠନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଂଶୀଦାରମାନେ ଯୋଗଦେବାର ସମ୍ଭାବନା ରହିଛି।

ସମ୍ମିଳନୀରେ ଉଦ୍ୟୋଗ ବିକାଶ, ଆର୍ôଥକ ସହାୟତା ପାଇବାର ସୁବିଧା, ନିବେଶର ସୁଯୋଗ, ବଜାର ସହ ସଂଯୋଗ ଏବଂ ମତ୍ସ୍ୟଚାଷର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳରେ ପାରସ୍ପରିକ ସହଯୋଗ ସମ୍ପର୍କରେ ଆଲୋଚନା ହେବ। ବିଶେଷକରି ଯେଉଁ ଆଭ୍ୟନ୍ତରୀଣ ରାଜ୍ୟଗୁଡ଼ିକରେ ମାଛ ଉତ୍ପାଦନର ଯଥେଷ୍ଟ ସମ୍ଭାବନା ରହିଛି, କିନ୍ତୁ ପ୍ରକ୍ରିୟାକରଣ ଏବଂ ବଜାର ସମ୍ବନ୍ଧୀୟ ସୁବିଧାର ଅଧିକ ବିସ୍ତାର ଆବଶ୍ୟକ, ସେହି ରାଜ୍ୟଗୁଡ଼ିକୁ ନିବେଶ ଓ ରପ୍ତାନିର ମୁଖ୍ୟଧାରା ସହ ଯୋଡ଼ିବା ଉପରେ ଧ୍ୟାନ ଦିଆଯିବ।

ଏହି ସମ୍ମିଳନୀର ମୁଖ୍ୟ ଆକର୍ଷଣ ହେବ ମଧ୍ୟପ୍ରଦେଶ ମତ୍ସ୍ୟଚାଷ ନିବେଶ ଏବଂ ରପ୍ତାନି ଦିଗ୍ନିର୍ଦ୍ଦେଶ, ୨୦୨୬’ର ଉନ୍ମୋଚନ। କେନ୍ଦ୍ର ସରକାର ମଧ୍ୟପ୍ରଦେଶକୁ ଜଳଭଣ୍ଡାର ମତ୍ସ୍ୟଚାଷ କ୍ଲଷ୍ଟର ଭାବେ ଅଧିସୂଚିତ କରିବା ପରେ ରାଜ୍ୟରେ ମତ୍ସ୍ୟଚାଷଭିତିକ ନିବେଶକୁ ଉତ୍ସାହିତ କରିବା ଦିଗରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande