ଏସୀୟ ପାରା ଗେମ୍ସ: ତୀରନ୍ଦାଜୀରେ ସ୍ୱର୍ଣ୍ଣ ଜିତିଲେ ହରବିନ୍ଦର-ବିଜୟ ଯୋଡ଼ି
ଆଇଚି-ନାଗୋୟା, ୨୩ ଅକ୍ଟୋବର (ହି.ସ.)। ଏସୀୟ ପାରା କ୍ରୀଡ଼ା-୨୦୨୬ରେ ଭାରତୀୟ ଖେଳାଳିମାନଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର କ୍ରୀଡ଼ାର ପଞ୍ଚମ ଦିନରେ ହରବିନ୍ଦର ସିଂହ ଓ ବିଜୟ ସୁଣ୍ଡିଙ୍କ ଯୋଡ଼ି ପୁରୁଷ ରିକର୍ଭ ଯୁଗଳ ତୀରନ୍ଦାଜୀରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଏହାବ୍ୟତୀତ
हरविंदर सिंह और विजय की जोड़ी


ଆଇଚି-ନାଗୋୟା, ୨୩ ଅକ୍ଟୋବର (ହି.ସ.)। ଏସୀୟ ପାରା କ୍ରୀଡ଼ା-୨୦୨୬ରେ ଭାରତୀୟ ଖେଳାଳିମାନଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର କ୍ରୀଡ଼ାର ପଞ୍ଚମ ଦିନରେ ହରବିନ୍ଦର ସିଂହ ଓ ବିଜୟ ସୁଣ୍ଡିଙ୍କ ଯୋଡ଼ି ପୁରୁଷ ରିକର୍ଭ ଯୁଗଳ ତୀରନ୍ଦାଜୀରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଏହାବ୍ୟତୀତ ଥୁଲାସିମତି ମୁରୁଗେସନ, ପ୍ରମୋଦ ଏବଂ ମହିଳା ରିକର୍ଭ ଯୁଗଳ ଯୋଡ଼ି ଭାବନା ଓ ପୂଜା ରୌପ୍ୟ ପଦକ ହାସଲ କରିଛନ୍ତି।

ପୁରୁଷ ରିକର୍ଭ ଯୁଗଳ ବର୍ଗର ଫାଇନାଲ୍ରେ ହରବିନ୍ଦର ସିଂହ ଓ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରୁଥିବା ବିଜୟ ସୁଣ୍ଡି ଚୀନ୍କୁ ୫-୧ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଉଭୟ ଦଳ ମଧ୍ୟରେ ପ୍ରଥମ ସେଟ୍ ୩୫-୩୫ ପଏଣ୍ଟରେ ସମାନ ରହିଥିଲା। ଏହାପରେ ଭାରତୀୟ ଯୋଡ଼ି ଦ୍ୱିତୀୟ ସେଟ୍ରେ ୩୭-୩୬ ଏବଂ ତୃତୀୟ ସେଟ୍ରେ ୩୮-୩୬ ପଏଣ୍ଟରେ ବିଜୟୀ ହୋଇ ମ୍ୟାଚ୍ ଜିତିଥିଲେ। ଚାପପୂର୍ଣ୍ଣ ପରିସ୍ଥିତିରେ ହରବିନ୍ଦର ଓ ବିଜୟ ସଠିକ୍ ଲକ୍ଷ୍ୟଭେଦ କରି ଚୀନ୍ର ଆହ୍ୱାନକୁ ପ୍ରତିହତ କରିଥିଲେ। ହରବିନ୍ଦର ଲକ୍ଷ୍ୟ ଅଲିମ୍ପିକ୍ ପୋଡିୟମ୍ ଯୋଜନା (ଟପ୍ସ) ସହ ଜଡ଼ିତ ଖେଳାଳି ଅଟନ୍ତି।

ମହିଳା ରିକର୍ଭ ଯୁଗଳ ବର୍ଗରେ ଭାବନା ଓ ପୂଜା ରୌପ୍ୟ ପଦକ ଜିତିଛନ୍ତି। ସ୍ୱର୍ଣ୍ଣ ପଦକ ପାଇଁ ହୋଇଥିବା ଫାଇନାଲ୍ରେ ଭାରତୀୟ ଯୋଡ଼ି ଚୀନ୍ଠାରୁ ୦-୬ରେ ପରାସ୍ତ ହୋଇଥିଲେ। ଚୀନ୍ର ତୀରନ୍ଦାଜମାନେ ପ୍ରଥମ ସେଟ୍କୁ ୩୮-୩୧, ଦ୍ୱିତୀୟ ସେଟ୍କୁ ୩୫-୩୦ ଏବଂ ତୃତୀୟ ସେଟ୍କୁ ୩୯-୨୯ ପଏଣ୍ଟରେ ଜିତିଥିଲେ। ଚୀନ୍ ଯୋଡ଼ି ପ୍ରତି ତୀରରେ ହାରାହାରି ୯.୩୩ ପଏଣ୍ଟ ହାସଲ କରିଥିବା ବେଳେ ଭାରତୀୟ ଯୋଡ଼ିଙ୍କ ହାରାହାରି ପଏଣ୍ଟ ୭.୫୦ ରହିଥିଲା। ତଥାପି ଫାଇନାଲ୍ରେ ପହଞ୍ଚି ଭାବନା ଓ ପୂଜା ଭାରତ ପାଇଁ ପଦକ ସୁନିଶ୍ଚିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande