୫ ଦଫା ଦାବି ନେଇ ୪ କ୍ୟାଡର ଅଧିକାରୀ ଜିଲାପାଳଙ୍କୁ ଦାବିପତ୍ର
ଖୋର୍ଦ୍ଧା, ୨୬ ଅକ୍ଟୋବର (ହି.ସ.) - ଦରମାରେ ସଂଶୋଧନ, ପଦୋନ୍ନତିର ସୁଯୋଗ, କ୍ଷେତ୍ର ପରିଦର୍ଶନ ପାଇଁ ଯାତାୟାତ ସୁବିଧା ଆଦି ୫ଦଫା ଦାବି ନେଇ ନିଖିଳ ଓଡ଼ିଶା ବ୍ଲକ ସମ୍ପ୍ରସାରଣ ଅଧିକାରୀ ମିଳିତ ସମନ୍ୱୟ ପରିଷଦ (ଏଓବିଇଓ-ଜେସିସି)ର ଆହ୍ୱାନ କ୍ରମେ ଖୋର୍ଦ୍ଧା ଜଲା ମିଳିତ ସମନ୍ୱୟ ପରିଷଦ (ଡିଜେସିସି) ପକ
5dafa


ଖୋର୍ଦ୍ଧା, ୨୬ ଅକ୍ଟୋବର (ହି.ସ.) - ଦରମାରେ ସଂଶୋଧନ, ପଦୋନ୍ନତିର ସୁଯୋଗ, କ୍ଷେତ୍ର ପରିଦର୍ଶନ ପାଇଁ ଯାତାୟାତ ସୁବିଧା ଆଦି ୫ଦଫା ଦାବି ନେଇ ନିଖିଳ ଓଡ଼ିଶା ବ୍ଲକ ସମ୍ପ୍ରସାରଣ ଅଧିକାରୀ ମିଳିତ ସମନ୍ୱୟ ପରିଷଦ (ଏଓବିଇଓ-ଜେସିସି)ର ଆହ୍ୱାନ କ୍ରମେ ଖୋର୍ଦ୍ଧା ଜଲା ମିଳିତ ସମନ୍ୱୟ ପରିଷଦ (ଡିଜେସିସି) ପକ୍ଷରୁ ସୋମବାର ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ସେହିପରି ୪ କ୍ୟାଡର ଅଧିକାରୀ ନିଜ ହକ, ସମ୍ମାନ ଏବଂ କର୍ମକ୍ଷେତ୍ରରେ ସୁରକ୍ଷା ପାଇଁ ଏକାଠି ହୋଇଛନ୍ତି। ଦୀର୍ଘଦିନ ଧରି ବେତନଗତ ବୈଷମ୍ୟ, ପଦୋନ୍ନତିର ସୀମିତ ସୁଯୋଗ, ଅତିରିକ୍ତ କାର୍ଯ୍ୟଭାର, କ୍ଷେତ୍ର ପରିଦର୍ଶନରେ ଆର୍ôଥକ ସମସ୍ୟା ଏବଂ କର୍ମକ୍ଷେତ୍ରରେ ସୁରକ୍ଷାହୀନତା ଯୋଗୁ ଅଧିକାରୀମାନେ ଚାପରେ ରହୁଥିବା ପରିଷଦ ପକ୍ଷରୁ କୁହାଯାଇଛି। ସମସ୍ୟାର ସମାଧାନ ଦାବି କରି ପରିଷଦ ପକ୍ଷରୁ ସ୍ମାରକପତ୍ରରେ ୫ଟି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ପ୍ରାରମ୍ଭିକ ବେତନସ୍ତରକୁ ପେଲେଭଲ-୧୦(ଗ୍ରେଡ ପେ ୪,୬୦୦ ଟଙ୍କା)କୁ ବୃଦ୍ଧି, ସରକାରୀ କ୍ଷେତ୍ର ପରିଦର୍ଶନ ପାଇଁ ପର୍ଯ୍ୟାପ୍ତ ଯାତାୟାତ ଖର୍ଚ୍ଚ କିମ୍ବା ଇନ୍ଧନ ସୁବିଧା, ଅଭିଜ୍ଞ ସମ୍ପ୍ରସାରଣ ଅଧିକାରୀଙ୍କୁ ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ) ପଦବୀକୁ ପଦୋନ୍ନତି ସୁଯୋଗ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ କର୍ମକ୍ଷେତ୍ରରେ ଆଇନଗତ ସୁରକ୍ଷା ସହ ଅତିରିକ୍ତ କିରାଣି କାର୍ଯ୍ୟଭାର ହ୍ରାସ ପାଇଁ ସ୍ୱତନ୍ତ୍ର ସହାୟକ କର୍ମଚାରୀ ନିଯୁକ୍ତି ଅନ୍ତର୍ଭୁକ୍ତ ରହିଛି।ଏହି ଅବସରରେ ଜିଲା ମୁଖ୍ୟ ସମନ୍ୱୟକ ତଥା ସହ ଆବାହକ ରଶ୍ମିରେଖା ଦାଶ, ବିଏସ୍ଏସ୍ଓ ସନ୍ଦୀପ କୁମାର ପାଣିଗ୍ରାହୀ, ଜିପିଡିଓ ଲାଲବାହାଦୁର ରଞ୍ଜିତ ଓ ଏମ୍ଆଇ ହିରଣ୍ୟ କୁମାର ଦାସଙ୍କ ସମେତ ଜିଲା ମିଳିତ ସମନ୍ୱୟ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ। ଜନସେବାରେ ନିୟୋଜିତ ୪ କ୍ୟାଡର ଅଧିକାରୀଙ୍କ ନ୍ୟାର୍ଯ୍ୟ ଦାବିଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରି ଶୀଘ୍ର ସମାଧାନ କରିବାକୁ ପରିଷଦ ଅନୁରୋଧ କରାଯାଇଛି ବୋଲି ସହ ଆବାହକ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande