
ବଲାଙ୍ଗିର, 26 ଅକ୍ଟୋବର (ହି.ସ.)
- ୧ ନଭେମ୍ବର ବଲାଙ୍ଗୀରଦିନ୍ ପାଳନ ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମଗୁଡିକ ଚାଲିଛି । ଆଜି ବଲାଙ୍ଗୀରିଏନବୀରାଙ୍ଗନା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ପିପିଏକାଡେମୀଠାରେ ନୃତ୍ୟପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂଗୀତା,ଦିବ୍ୟା,ମିନତି,ହେପି,ଅନୀମା,ମୌସୁମୀ,ପ୍ରିୟା,ଶ୍ରୀୟା,ପ୍ରିୟଙ୍କା,ପଙ୍କଜିନୀ(ପିଙ୍କି)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ୩୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅତିଥି ଭାବରେ ବଲାଙ୍ଗୀରଦିନ୍ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ,ଗୋପାଳ ପ୍ରଧାନ,ଲୋଟସ ଷଢଙ୍ଗୀ ଯୋଗଦେଇଥିବା ବେଳେ ବିଚାରକ ଭାବରେ ସଂଗୀତା,ଜିତ,ଚରଣ ପ୍ରମୁଖ ଯୋଗଦେଇଥିଲେ । ପଙ୍କଜୀନୀ ପୋଢ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଠିକ ସେହିପରି ବଲାଙ୍ଗୀରଦିନ୍ ଷ୍ଟେଜକମିଟି ପକ୍ଷରୁ ଏଙ୍କରମାନଙ୍କ ପାଇଁ ଅଡିସନ ଟେଷ୍ଟ କରାଯାଇଥିଲା । ସ୍ଥାନୀୟ ପିପିଏକାଡେମୀ ହାଇସ୍କୁଲଠାରେଷ୍ଟେଜକମିଟିର ସଂଯୋଜିକା ସରିତା ଦାସ,ଅଧ୍ୟକ୍ଷ ରାମନାରାୟଣ ଦାସ,ସହଅଧ୍ୟକ୍ଷ ଶ୍ରାବଣୀ ମେହେରଙ୍କ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ବିଚାରକ ଭାବରେ ମଧୁସୂଦନ ନାୟକ,ନୀରୁପମା ଉଦ୍ଗାତା ଓ ବୀରେନ୍ଦ୍ର ପାଣ୍ଡେ ଦାୟିତ୍ୱ ତୁଲାଇଥିଲେ । ଅଡିସନ ଟେଷ୍ଟରେ ପ୍ରାୟ ୫୦ଜଣ ପାର୍ଟିସିପେଣ୍ଟ ଯୋଗଦେଇଥିଲେ । ଆୟୋଜକ କମିଟିର ଗୌରଚନ୍ଦ୍ର ପୁରୋହିତ,ପ୍ରତାପ ରଥ,ନୂତନ ଦାସ,ଅନୁପ୍ରିୟା ମିଶ୍ର,ହରିଓମ ପଟେଲ,ବୀନୋଦ କାଲସାଏ,ଋତୁରାଜ ପ୍ରଧାନ,ଆଶିଷ,ପିଣ୍ଟୁ,ପୂଜା ସାହୁ ଉପସ୍ଥିତ ରହିଥିଲେ । ମିଲି ବାରିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଚାରକମାନେ ପ୍ରତିଯୋଗୀଙ୍କ ମଧ୍ୟରୁ ୬ଜଣଙ୍କୁ ଏଙ୍କରିଙ୍ଗ ପାଇଁ ଚୟନ କରିଛନ୍ତି ବୋଲି କମିଟି ସୂତ୍ରରୁ ସୂଚନା ଦିଆଯାଇଛି ।
ସଂଧ୍ୟାରେ ବଲାଙ୍ଗୀରଦିନ୍ ଆୟୋଜକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ଓ ପ୍ରସ୍ତୁତିର ଅଗ୍ରଗତୀନେଇ ସମୀକ୍ଷା କରାଯାଇଥିଲା । ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ,ଅର୍ଥକମିଟିର ଅଧ୍ୟକ୍ଷ କିଶୋରକୁମାର ରଥ,ମିଡିଆ କମିଟିର ସଂଯୋଜକ ଲୋଟସ ଷଢଙ୍ଗୀ,ଅର୍ଥକମିଟିର ବିଧୂଭୂଷଣ ତ୍ରୀପାଠୀ,ଗୌରଚନ୍ଦ୍ର ପୁରୋହିତ,ଷ୍ଟେଜକମିଟିର ସଂଯୋଜିକା ସରିତା ଦାସ, ସାଂସ୍କୃତିକ କମିଟିର ସଂଯୋଜକ ଗୋପାଳ ପଧାନ,ସୋମନାଥ ମିଶ୍ର,ସଂଜୀବ ସାହୁ,ଅଭିଷେକ ଦାସ ,ବିକାଶ ସା,ଗୋବିନ୍ଦ ଶତପଥି,ଦୀନେଶ ଶର୍ମା,ବିନୋଦ କାଲସାଏ ଙ୍କ ସମେତ ସମସ୍ତ କମିଟିର ସଂଯୋଜକ,ଅଧ୍ୟକ୍ଷ/ସହ ଅଧ୍ୟକ୍ଷଗଣ ଯୋଗଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ