
ପୁରୀ, 26 ଅକ୍ଟୋବର (ହି.ସ.) - କଲେଜ କର୍ମଚାରୀ ସଂଗଠନ (ସି. ଇ. ଏ ) ୬୬୨ ବର୍ଗର ସଭାପତି ପ୍ରମୋଦ କୁମାର ହୋତାଙ୍କ ସଭାପତିତ୍ୱରେ ପୁରୀରେ ସଂଗଠନର ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ସଙ୍ଗଠନର କାର୍ଯ୍ୟକାରୀ ସଭ୍ୟ ପ୍ରଭାସ ମଙ୍ଗରାଜ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂଗଠନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମଙ୍ଗରାଜ ସାଙ୍ଗଠନିକ ବିବରଣୀକୁ ବିସ୍ତୃତଭାବେ ଉପସ୍ଥାପନା କରିଥିଲେ l ଆଭାସି ବୈଠକର ନିଷ୍ପତି ଅନୁସାରେ ସଂଗଠନକୁ ସୁଦୃଢ କରିବା ଉର୍ଦ୍ଧେଶରେ ବିଭିନ୍ନ ଜିଲ୍ଲାର ଉପସ୍ଥିତ ୪୧ ଜଣ ସଦସ୍ୟମାନଙ୍କ ମଧ୍ୟରେ ସବିଶେଷ ଆଲୋଚନା କରାଯାଇ ସଂଗଠନ ବିରୋଧୀ କାର୍ଯ୍ୟକରି ସଂଗଠନରୁ ବାହାରି କିଛି ବ୍ୟକ୍ତି ବିଶେଷ ଅନ୍ୟ ସଂଗଠନରେ ମିଶି ଥିବାରୁ ଏହାକୁ ସଭାରେ ନିନ୍ଦା କରାଯାଇଥିଲା | ସଂଗଠନକୁ କ୍ରିୟାଶୀଳ କରିବାକୁ ନୂତନ ଭାବେ ସଙ୍ଗଠନରେ କିଛି ସକ୍ରିୟ ସଭ୍ୟମାନଙ୍କୁ ବିଭିନ୍ନ ପଦ ପଦବୀ ଆବଣ୍ଟନ କରିବାର ନିଷ୍ପତ୍ତି ହୋଇଥିଲା | ସର୍ବ ସମ୍ମତିକ୍ରମେ ସଂଗଠନର ଅନ୍ୟତମ ଉପଦେଷ୍ଠା ଭାବେ ସର୍ବଶ୍ରୀ କଳିଙ୍ଗ ପଣ୍ଡା, କାର୍ଯ୍ୟକାରୀ ସଭାପତି ଭାବେ ଦୀପକ ମହାରଣା, ସାଙ୍ଗଠନିକ ସମ୍ପାଦକ ଭାବେ ଅଞ୍ଜନ ଶତପଥୀ, ଉପସଭାପତି ଭାବେ ଶାନ୍ତନୁ କୁମାର ପ୍ରଧାନ ଓ ମନୋରଞ୍ଜନ ମଲ୍ଲିକ, ସହ ସମ୍ପାଦକ ଭାବେ ଶରତ କୁମାର ମହାନ୍ତି , ବିପିନ ବିହାରୀ ଷଢଙ୍ଗୀ ଓ ସଂଗ୍ରାମ ରାଉତରାୟଙ୍କୁ ମନୋନୀତ କରାଯାଇ ସମ୍ବର୍ଦ୍ଧିତ ଓ ସ୍ୱାଗତ କରାଯାଇଥିଲା l ସମସ୍ତ ନବ ନିର୍ବାଚିତ କାର୍ଯ୍ୟକର୍ତାଗଣ ନିସ୍ଵାର୍ଥପର ସହକାରେ ସଂଗଠନ ପାଈଁ କାର୍ଯ୍ୟ କରିବେ ବୋଲି ବକ୍ତବ୍ୟ ରଖିଥିଲେ | ସଭାପତି କର୍ମଚାରୀମାନଙ୍କର ପ୍ରମୁଖ ଦାବି ପେନସନ, ଏମ. ଏ. ସି. ପି ଓ ଅନ୍ୟାନ୍ୟ ଦାବି ଗୁଡିକ ନିଶ୍ଚିତଭାବେ ହାସଲ କରିବା ବୋଲି ଦୃଢ଼କ୍ତିର ସହ ଆଶାସ୍ବନା ଦେଇଥିଲେ । ସର୍ବ ଶେଷରେ କୋଷଧ୍ୟକ୍ଷ ଅଜୟ କୁମାର ଗଜେନ୍ଦ୍ର ଧନ୍ୟବାଦ ପ୍ରଦାନ କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ