ଭଦ୍ରକରେ ଗଜଲକ୍ଷ୍ମୀ ପୂଜା ପାଳିତ
ଭଦ୍ରକ, ୨୬ ଅକ୍ଟୋବର (ହି.ସ.) - ମା’ ଗଜଲକ୍ଷ୍ମୀଙ୍କ ପୂଜା ବେଶ୍ ଧୁମ୍ଧାମରେ ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇଛି। ଆଶ୍ୱିନୀ ମାସରେ ଏହି ପର୍ବ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୁଏ। ଏଣୁ ଏହି ଦିନରେ ମା’ ମହାଲକ୍ଷ୍ମୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ
BHADRAK GAJALAXMI PUJA


ଭଦ୍ରକ, ୨୬ ଅକ୍ଟୋବର (ହି.ସ.) - ମା’ ଗଜଲକ୍ଷ୍ମୀଙ୍କ ପୂଜା ବେଶ୍ ଧୁମ୍ଧାମରେ ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇଛି। ଆଶ୍ୱିନୀ ମାସରେ ଏହି ପର୍ବ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୁଏ। ଏଣୁ ଏହି ଦିନରେ ମା’ ମହାଲକ୍ଷ୍ମୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ। ସହରର ବିଭିନ୍ନ ମଣ୍ଡପରେ ଏହି ପୂଜାର ମାହୌଲ ଜମିଆସୁଛି। ବିଶେଷକରି ବାଇପାସ ବଣିକ ସଂଘ ପକ୍ଷରୁ ସାର୍ବଜନୀନ ମା’ ଲକ୍ଷ୍ମୀପୂଜା କମିଟି ଦ୍ୱାରା ଏହି ପୂଜା ପାଳିତ ହୋଇଆସୁଛି ବୋଲି ଏହାର ସଭାପତି ଓ ଉପସଭାପତି କହିଛନ୍ତି। ଗତକାଲି ରାତି ୮ ଘଟିକା ସମୟରେ କଳସ ପୂଜା ଆରମ୍ଭ ହୋଇ ଘଟ ସ୍ଥାପନ ପୂର୍ବକ ମା’ ଙ୍କ ପୂଜା ସମସ୍ତ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି। ସେହିଭଳି କୁଆଁସର ଗଜଲକ୍ଷ୍ମୀ, ବନ୍ତଛକ, ବଙ୍କସାହିସ୍ଥିତ ମାନସ ମହାନ୍ତି, ଚୈତନ୍ୟ ସ୍ୱାଇଁ ଓ ଗୋଲକ ରାଉତ ବାସଭବନ ପରିସର, ଅର୍ଣ୍ଣପାଳ ଆନନ୍ଦବଜାର ସ୍ଥିତ ମା’ ମହାଲକ୍ଷ୍ମୀଙ୍କ ସ୍ଥାୟୀ ମନ୍ଦିରରେ ମା’ଙ୍କ ଆବାହନୀ ସହ ପୂଜାର୍ଚ୍ଚନା ସମାପନ ହୋଇଛି। ତେବେ ଅନେକ ମାନସିକଧାରୀ ମହିଳାମାନେ ମା’ଙ୍କ ନିକଟକୁ ଯାଇ ଭୋଗ ଲଗାଇ ପୂଜା କରୁଥିବାର ଦେଖାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande