କଂଗ୍ରେସର ଅରାଜକତାବାଦୀ ଏଜେଣ୍ଡାକୁ ଦେଶର ଯୁବପିଢ଼ି ସଫଳ ହେବାକୁ ଦେବେ ନାହିଁ: ଡଃ ସ୍ୱଦେଶ ସିଂହ
ଭଦ୍ରକ ଜିଲ୍ଲାର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କଲେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ସହ-ପ୍ରଭାରୀ ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.) କଂଗ୍ରେସର ଅରାଜକତାବାଦୀ ଏଜେଣ୍ଡାକୁ ଦେଶର ଯୁବପିଢ଼ି କେବେ ବି ସଫଳ ହେବାକୁ ଦେବେ ନାହିଁ ବୋଲି ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ସ
ଭଦ୍ରକ ଜିଲ୍ଲାର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କଲେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ସହ-ପ୍ରଭାରୀ


ଭଦ୍ରକ ଜିଲ୍ଲାର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କଲେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ସହ-ପ୍ରଭାରୀ

ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.) କଂଗ୍ରେସର ଅରାଜକତାବାଦୀ ଏଜେଣ୍ଡାକୁ ଦେଶର ଯୁବପିଢ଼ି କେବେ ବି ସଫଳ ହେବାକୁ ଦେବେ ନାହିଁ ବୋଲି ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ସହ-ପ୍ରଭାରୀ ଡଃ ସ୍ୱଦେଶ ସିଂହ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଥିର ଶାସନ, ଦୃଢ଼ ନେତୃତ୍ୱ ଏବଂ ସ୍ପଷ୍ଟ ଦୃଷ୍ଟିକୋଣ ଉପରେ ଦେଶର ଯୁବପିଢ଼ିଙ୍କର ପୂର୍ଣ୍ଣ ଭରସା ରହିଛି ବୋଲି ସେ କହିଛନ୍ତି।

ଓଡ଼ିଶା ଗସ୍ତ ଅବସରରେ ଡଃ ସିଂହ ଭଦ୍ରକ ଜିଲ୍ଲାର ବିଜେପିର ଦାୟିତ୍ୱବାନ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ ସମେତ ବିଭିନ୍ନ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ମତବିନିମୟ କରିବା ସହ ସାଂଗଠନିକ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ।

ଡଃ ସିଂହ କହିଥିଲେ ଯେ, ଦେଶର ଯୁବପିଢ଼ି ବିକାଶ, ସ୍ଥିରତା ଏବଂ ସୁଶାସନ ସପକ୍ଷରେ ରହିଛନ୍ତି। ଅରାଜକତାର ରାଜନୀତି ପରିବର୍ତ୍ତେ ରାଷ୍ଟ୍ର ନିର୍ମାଣର ସଂକଳ୍ପ ହିଁ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ପଥ ପ୍ରଶସ୍ତ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ଯୁବପିଢ଼ି ବିକାଶ ଓ ରାଷ୍ଟ୍ର ନିର୍ମାଣର ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ ବୋଲି ଡଃ ସିଂହ ଆଶା ପ୍ରକାଶ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande