ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ପୁରୀ ପୋଲିସର ସଚେତନତା
ପୁରୀ, ୨୬ ଅକ୍ଟୋବର (ହି.ସ.) - ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ନିମ୍ନାଂଚଳ ଓ ଉପକୂଳବର୍ତୀ ଗ୍ରାମଗୁଡ଼ିକରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଅରଖକୁଦା ମେରାଇନ୍ ଥାନା ପକ୍ଷରୁ ବିଭିନ୍ନ ଗ୍ରାମରେ ସଚେତ
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ପୁରୀ ପୋଲିସର ସଚେତନତା


ପୁରୀ, ୨୬ ଅକ୍ଟୋବର (ହି.ସ.) - ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ନିମ୍ନାଂଚଳ ଓ ଉପକୂଳବର୍ତୀ ଗ୍ରାମଗୁଡ଼ିକରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଅରଖକୁଦା ମେରାଇନ୍ ଥାନା ପକ୍ଷରୁ ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ନିମ୍ନାଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ବାତ୍ୟା ସମୟରେ ସତର୍କତା ଅବଲମ୍ବନ କରିବା, ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବା ଏବଂ ଜରୁରୀ ପରିସ୍ଥିତିରେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସଚେତନ କରାଯାଇଛି। ଏଥିସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବା, ସମୁଦ୍ରରେ ଥିବା ଡଙ୍ଗାଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ଫେରାଇ ଆଣିବା ଏବଂ ପାଣିପାଗ ବିଭାଗ ଓ ପ୍ରଶାସନ ପକ୍ଷରୁ ଜାରି ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ସମୟରେ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ପୁରୀ ପୋଲିସ ସଜାଗ ରହିଛି। ଜନସାଧାରଣଙ୍କୁ ଗୁଜବରୁ ଦୂରେଇ ରହିବା ସହ କେବଳ ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଉପରେ ଭରସା କରିବାକୁ ଅନୁରୋଧ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande